ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ

0 230

ମୁମ୍ବାଇ: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଜଣେ ମୁଖ କର୍କଟ ଓ ଅନ୍ୟଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଥିଲେ । ମୁମ୍ବାଇରେ କରୋନା ପିଜିଟିଭି କେସ୍‌ ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି ।

hiring

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମାମଲା ବଢିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ମୁମ୍ବାଇ ମହାନଗରପାଳିକା କ୍ଷେତ୍ରରେ ଏବେ ସୁଦ୍ଧା ୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ କୋଭିଡ଼ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁଇଜଣଙ୍କର ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଗୁରୁତର ରହିଥିଲା । ପଜିଟିଭି ମାମଲା ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ସମେତ ହସ୍ପିଟାଲଗୁଡ଼ିକ ଆଲର୍ଟରେ ରହିଛନ୍ତି । ଡ଼ାକ୍ତରଖାନାରେ କୋଭିଡ଼ ସଂକ୍ରମିତଙ୍କ ପାଇଁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଉବଲବ୍ଧ ରହିଛି । ସେବନ ହିଲ୍ସ ହସ୍ପିଟାଲରେ ଏମଆଇସିୟୁର ବ୍ୟବସ୍ଥା ହୋଇଛି । ମହାରାଷ୍ଟ୍ର ସମେତ କେରଳରେ ୬୯ କୋଭିଡ଼ ପଜିଟିଭ ରହିଥିବା ବେଳେ ତାମିଲନାଡୁରେ ୩୪ ଜଣ ନୂଆ ସଂକ୍ରମିତ ରହିଛନ୍ତି । ଦେଶର ବର୍ତ୍ତମାନ ୨୫୭ ସକ୍ରିୟ ମାମଲା ରହିଛି ।

hiranchal ad1
Leave A Reply

Your email address will not be published.

4 × 5 =