ବ୍ରିଟେନରେ ୧୪ ଓମିକ୍ରନ୍‌ ଆକ୍ରାନ୍ତ ମୃତ

0 56

ବ୍ରିଟେନ : ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ବ୍ରିଟେନ ସୂଚନା ଦେଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ପୀଡିତ ୧୨୯ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେଶରେ ଓମିକ୍ରନ ଜନିତ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୧୪ରେ ପହଞ୍ଚିଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ଜିଲିୟାନ୍‌ କିଗାନ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଆହୁରିର ମଧ୍ୟ କହିଛନ୍ତି ଯେ, ଯଦି ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟେ ତେବେ ଦେଶରେ କଠୋର କରୋନା କଟକଣା ଲଗାଯିବ । ଅନ୍ୟ ପକ୍ଷରେ ମଙ୍ଗଳଦିନ ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଖ୍ରୀଷ୍ଟମାସ ପୂର୍ବରୁ କୌଣସି ପ୍ରତିବନ୍ଧକ ଲଗାଯିବା ଉପରେ ବିଚାର କରାଯାଉନାହିଁ । ତେବେ ଖ୍ରୀଷ୍ଟମାସ ପର୍ବ ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସେ କହିଛନ୍ତି ।
ସେହିପରି ଭାରତର ଆନ୍ଧ୍ରପ୍ରଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଆଜି ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × one =