ଓମିକ୍ରନ ଭଳି ଆତଙ୍କ ରଚିଥିଲା ୧୯୧୮ ଫ୍ଲୁ ମହାମାରୀ : ମାସକରେ ଆମେରିକାରେ ଯାଇଥିଲା ୨ ଲକ୍ଷ ଜୀବନ

0 82

ନୂଆଦିଲ୍ଲୀ : ଆଜି ସାରା ବିଶ୍ୱରେ କରୋନା ତଥା ଓମିକ୍ରନ ଯେଭଳି ଭୟାବହତା ସୃଷ୍ଟି କରିଛି,ଏକ ଶତାବ୍ଦୀ ତଳେ ଠିକ ସେହିଭଳି ସ୍ଥିତି ଦେଖିବାକୁ ମିଳିଥିଲା । ୧୯୧୮ ମସିହାରେ ବିଶ୍ୱରେ ଆସିଥିଲା ଫ୍ଲୁ ମହାମାରୀ,ଯାହା ନାହିଁ ନଥିବା ଆତଙ୍କ ଓ କ୍ଷତି ରଚିଥିଲା । ଏଥିରେ ଲକ୍ଷ ଳକ୍ଷ ଲୋକ ସଂକ୍ରମିତ ହୋଇଥିଲେ ଏବଂ ବର୍ତ୍ତମାନ ଭଳି ଲୋକେ ମାସ୍କ ପିନ୍ଧି ଲୋକେ ବାହାରକୁ ବାହାରୁଥିଲେ । ଏହି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ଆମେରିକାର ଓରେଗନ ଷ୍ଟେଟ ୟୁନିଭରସିଟିର ଗବେଷକ ମ୍ୟାକକାଇଟ ନିକୋଲ୍ସ । ତାଙ୍କ କହିବାନୁସାରେ,ଓମିକ୍ରନ୍‌ ପରି ୧୯୧୮ ଫ୍ଲୁ ପ୍ରଥମେ ଯୁବକ ଏବଂ ସୁସ୍ଥ ଲୋକଙ୍କୁ ଆଘାତ ଦେଇଥିଲା । ୧୯୧୮ ମସିହାରେ ମଧ୍ୟ ଲୋକମାନେ ଅବହେଳା ପ୍ରଦର୍ଶନ କରିଥିଲେ । ୱାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଏକ ଲେଖାରେ ନିକୋଲସ୍‌ କହିଛନ୍ତି ଯେ ଫେବୃଆରୀ ୧୯୧୮ ରେ ଘଟିଥିବା ସ୍ୱାଇନ୍‌ ଫ୍ଲୁ ଆମେରିକାରୁ ସମଗ୍ର ବିଶ୍ୱକୁ ବ୍ୟାପିଯାଇଥିଲା । ଏହା ମଧ୍ୟ ଏକ ବାୟୁବାହିତ ରୋଗ ଥିଲା । ଏହାର ସଂକ୍ରମଣ ସାରା ବିଶ୍ୱରେ ବ୍ୟାପିବା ପାଇଁ ମାତ୍ର କିଛି ମାସ ସମୟ ଲାଗିଥିଲା । ଅବଶ୍ୟ, ଓମିକ୍ରନ୍‌ ପରି ଏହି ଫ୍ଲୁରେ ମୃତ୍ୟୁ ହାର କମ୍‌ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ହେତୁ ୧୯୧୮ ମସିହାରେ ଆସିଥିବା ଏହି ଫ୍ଲୁ ଆମେରିକାରୁ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । କେତେକ ସ୍ୱାଇନ୍‌ ଫ୍ଲୁ ଲକ୍ଷଣ ଓମିକ୍ରନ୍‌ ସହିତ ସମାନ ଥିଲା । ଏଥିରେ ଲୋକମାନଙ୍କୁ ଥଣ୍ଡା ଏବଂ ଜ୍ୱର ହେଉଥିଲା । ସେତେବେଳେ ମଧ୍ୟ ଅସାବଧାନତା ଦେଖାଇ ଲୋକମାନେ ଏହାକୁ ଜ୍ୱର ଭାବରେ ଗ୍ରହଣ କଲେ ଯାହା ୩ ଦିନ ପର୍ଯ୍ୟନ୍ତ ରହିଲା । ଅକ୍ଟୋବର ୧୯୧୮ ରେ ଏହି ଫ୍ଲୁର ଏକ ବିପଜ୍ଜନକ ପ୍ରଜାତି ଆସିଥିଲା, ଯାହା ଆମେରିକାରେ ଏକ ମାସରେ ୨ ଲକ୍ଷ ଲୋକଙ୍କ ପ୍ରାଣ ନେଇଥିଲା । ୧୯୧୯ ସୁଦ୍ଧା ଫ୍ଲୁ ରୋଗ ଏବଂ ମୃତ୍ୟୁ ହାର ହ୍ରାସ ପାଇଥିଲା । ସମଗ୍ର ବିଶ୍ୱରେ ଫ୍ଲୁ ମହାମାରୀ ହେତୁ ୫୦ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି । ୧୯୧୮ ଫ୍ଲୁ ମହାମାରୀ ସମୟରେ ମଧ୍ୟ ଲକଡାଉନ୍‌ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଅବହେଳା ହେତୁ ୧୯୧୮ ମସିହାରେ ସ୍ୱାଇନ୍‌ ଫ୍ଲୁ ମହାମାରୀ ସମୟରେ ସରକାର ସିନେମା ପ୍ରେକ୍ଷାଳୟ, ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ କରିଦେଇଥିଲେ । ଲୋକମାନେ ଘର ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ମାସ୍କ ପିନ୍ଦୁ ନଥିବା ଲୋକଙ୍କୁ ଜେଲରେ ରଖାଯାଇଥିଲା । ଏକ ଶତାବ୍ଦୀ ପୂର୍ବରୁ ବୈଜ୍ଞାନିକମାନେ ଟିକା ତିଆରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଥିରେ ବିଫଳ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =