ଘନୀଭୂତ ହେଉଛି ରାଜସ୍ଥାନ ସରକାରଙ୍କ ସଙ୍କଟ

0 91

ଜୟପୁର : ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ପ୍ରତି ଦେଖାଦେଇଥିବା ସଙ୍କଟ ଅଧିକ ଘନୀଭୂତ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଞ୍ଚାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଜେପି ସରକାର ଭାଙ୍ଗି କ୍ଷମତା ଦଖଲ କରିବା ଲାଗି ଜୋରସୋର ଉଦ୍ୟମ ଆରମ୍ଭ କରିଦେଇଛି । ନିଜ ଦଳର ବିଧାୟକ ତଥା ମନ୍ତ୍ରୀମାନଙ୍କୁ ନିୟନ୍ତ୍ରଣରେ ରଖିବା ଲାଗି ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ।
ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂଙ୍କ କହିବାନୁସାରେ, କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କୁ ଫୋନ୍ ବନ୍ଦ ନକରିବାକୁ କହିଛନ୍ତି । ଯଦି ଫୋନ୍ ଅଫ୍ ରହେ କିମ୍ବା ସମ୍ପର୍କ ପ୍ରତିଷ୍ଠା ନହୋଇପାରେ ତେବେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଦିଲ୍ଲୀ ଯାଇଛନ୍ତି ସେମାନଙ୍କ ସହ ଗେହଲଟ୍ ଯୋଗଯୋଗ କରିଛନ୍ତି । ସଚିନ ପାଇଲଟ୍ ହେଉଛନ୍ତି ରାଜ୍ୟର ସଭାପତି । ସେମାନେ ଦିଲ୍ଲୀ ଯିବା ଅର୍ଥ ଗେହଲଟଙ୍କ ବିରୋଧରେ ଯିବା ନୁହେଁ । ତେବେ ବିଜେପି ସରକାର ଭାଙ୍ଗିବାକୁ ଅନେକ ଅପପ୍ରୟାସ କରିଛି । ସରକରା ଏହା ଉପରେ ନଜର ରଖିଛନ୍ତି ।
ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଧାୟକଙ୍କୁ କିଣିବିକା ଆରମ୍ଭ ହୋଇଯାଇଥିବା ଖବର ପରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି । ଏହା ମଧ୍ୟରେ କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀରେ ଆସି ପହଁଚିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୂର୍ବରୁ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପାଇଲଟଙ୍କ ସମେତ ଏହି ୧୨ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହା ମଧ୍ୟରେ ୩ ସ୍ୱାଧିନ ବିଧାୟକ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବେସୁଦ୍ଧା ଏହି ୩ ବିଧାୟକ କଂଗ୍ରେସକୁ ସମର୍ଥନ କରୁଥିଲେ । କିନ୍ତୁ ପୋଲିସ ଏବେ ଏହି ୩ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ୩ ନେତା ସରକାର ଭାଙ୍ଗିବା ପାଇଁ ଅନ୍ୟ ବିଧାୟକଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି ।

hiranchal ad1
Leave A Reply

Your email address will not be published.

eight + 13 =