ପାଟଣାଗଡର ଏହି ଅଂଚଳ କଣ୍ଟେନମେଣ୍ଟ ଜୋନ୍

0 425

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ଗଡଭିତରରେ ୨୩ ବର୍ଷିୟ ଯୁବକ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ନମ୍ବର ୱାର୍ଡର ୨୩ ବର୍ଷର ଯୁବକ ଜଣକ କିରିଗିସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଆଜି ତାର କରୋନା ଟେଷ୍ଟ ପଜିଟିଭ ବାହାରିବାରୁ ତାଙ୍କୁ ବଲାଙ୍ଗିର କୋଭିଡ ହସ୍ପିଟାଲକୁ ନିଆଯାଇଛି । ପାଟଣାଗଡ ପ୍ରଶାସନ ପକ୍ଷରୁ ୧ ନମ୍ବର ୱାର୍ଡକୁ ଆଜିଠାରୁ ୧୪ ତାରିଖ ସକାଳ ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଜନସାଧାରଣଙ୍କୁ ଯିବାଆସିବା ନକରିବା ପାଇଁ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + six =