ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌, ଜୟା ବଚ୍ଚନ ନେଗେଟିଭ

0 140

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଯେ, ଜୟା ବଚ୍ଚାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଐଶ୍ୱର୍ଯ୍ୟା ଓ ଆରାଧ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପୂର୍ବରୁ ଖବର ଥିଲା ଯେ, ଜୟା, ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଥିଲା । ବଚ୍ଚନ ପରିବାରର ୪ଜଣ ଏବେ କରୋନା ରୋଗରେ ସଂକ୍ରମିତ । ଏବେ ଆରାଧ୍ୟା ଓ ଐଶ୍ୱର୍ଯ୍ୟା ବଚ୍ଚନ ହାଉସ୍ ‘ଜଲସା’ରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଅମିତାଭ ଓ ଅଭିଷେକ ବଚ୍ଚନ ଗତକାଲି ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବଚ୍ଚନ ପରିବାରର ୪ଜଣ କରୋନା ସଂକ୍ରମିତ ହେବା ପରେ ୫୪ କର୍ମଚାରୀ ଏବେ କ୍ୱାରେଣ୍ଟାଇନ ଅଛନ୍ତି ।

hiranchal ad1
Leave A Reply

Your email address will not be published.

twenty − thirteen =