ଦ୍ୱାର ଖୋଲୁଖୋଲୁ ମାଲାମାଲ ହେଲେ ଏହି ମନ୍ଦିର, ୩୦ ଦିନରେ ମିଳିଲା ୧୬.୭କୋଟି ଦାନ ରାଶି

0 112

ନୂଆଦିଲ୍ଲୀ : ତିରୁମଳା ପାହାଡ ସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଜଣେ ଅଜ୍ଞତା ଶ୍ରଦ୍ଧାଳୁ ସୁନାର ୨୦ଟି ବିସ୍କୁଟ ଦାନ କରିଛି । ତିରୁମଳା ତିରୁପତି ଦେବସ୍ଥାନମ(ଟିଟିଡି)ର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ କହିଛନ୍ତି ଯେତେବେଳେ ଶନିବାର ଦିନ ଦାନବାକ୍ସ ଖୋଲାଯାଇଥିଲା, ୨କେଜିର ସୁନା ବିସ୍କୁଟ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାର ଅନଲକ-୧ ଘୋଷଣାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଥିଲେ । ଏହି କ୍ରମରେ ଜୁନ୍ ୧୧ ତାରିଖରେ ଏହି ମନ୍ଦିର ଖୋଲାଯାଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ୧୬.୭ କୋଟି ଟଙ୍କାର ଅର୍ଥ ଠାକୁରଙ୍କୁ ଦାନ କରିଛନ୍ତି । ସେ କହିଛନ୍ତି ଗତ ମାସେ ମଧ୍ୟରେ ପାଖାପାଖି ଦେଢଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ ଉଦ୍ଦେଶ୍ୟରେ ଆସିଛନ୍ତି । ଅନିଲ କହିଛନ୍ତି ପୂଜା ପାଇଁ ଅନଲାଇନ ଟିକେଟ ବୁକିଂ କରିଥିବା ୬୭ହଜାର ଶ୍ରଦ୍ଧାଳୁ କୋଭିଡ-୧୯ ଓ ଅନ୍ୟ କାରଣ ଯୋଗୁଁ ମନ୍ଦିରକୁ ଆସିପାରିନାହାନ୍ତି । ସିଂଘଲ କହିଛନ୍ତି ମନ୍ଦିରର ୩,୫୬୯ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୯୧ ଟିଟିଡି କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

6 + 18 =