ନୌକାରେ ଅଗ୍ନିକାଣ୍ଡ, ୩୨ ମୃତ

0 102

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି ।

hiring

ପୁଲିସ ସୂତ୍ରରୁ ପ୍ରକାଶ ଯେ,  ବାଂଲାଦେଶର ଦକ୍ଷିଣ ଭାଗରେ ଏହି ଦୁର୍ଘଟଣା ଘଟିଛି ।  ଏହି ବିଶାଳ ନୌକାରେ ପ୍ରାୟ ୫୦୦ ଲୋକ ଥିଲେ । ତିନି ମହଲା ବିଶିଷ୍ଟ ଏହି ନୌକା ଓଭିଜାନ ୧୦ ଯାତ୍ରା କରୁଥିବା ସମୟରେ ମଝି ନଈରେ ସେଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ତାହା ଭିତରୁ ୩୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ନୌକାର ଇଞ୍ଜିନ ଥିବା ପ୍ରକୋଷ୍ଠରୁ ନିଆଁ ବାହାରି ସମୁଦାୟ ନୌକାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ଇତିମଧ୍ୟରେ ପୋଡିଯାଇ ଆହତ ହୋଇଥିବା ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

hiranchal ad1
Leave A Reply

Your email address will not be published.

17 − 15 =