ଅନୁମତି ଦେଲେ କେନ୍ଦ୍ର ସରକାର : ବଢିବ ବିଧାୟକଙ୍କ ଦରମା

0 143

ନୂଆଦିଲ୍ଲୀ,୬/୫ : କେନ୍ଦ୍ର ସରକାର ଓ ଦିଲ୍ଲୀ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଥାଏ । ଏହାକୁ ନେଇ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଚି । ତେବେ ଏବେ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାର ସହମତି ପ୍ରକାଶ କରି ସମସ୍ତଙ୍କୁ ଭିନ୍ନ ବାର୍ତ୍ତା ଦେଇଛନ୍ତି । ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ ଖୁବଶୀଘ୍ର ବିଧାୟକମାନଙ୍କର ଦରମା ବୃଦ୍ଧି ପାଇବ । କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ନେଇ ବିଧାୟକମାନେ ବେଶ୍‌ ଖୁସି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୀର୍ଘ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା । ଏବେ କେନ୍ଦ୍ର ସରକାର ଏହାକୁ ସବୁଜ ସଙ୍କେତ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ୨୦୧୫ରେ ବିଧାୟକମାନଙ୍କ ଦରମା ବୃଦ୍ଧି ସମ୍ପର୍କରେ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ହେଲେ ସେତେବେଳେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳି ନଥିଲା । ଏବେ ଦିଲ୍ଲୀର ବିଧାୟକଙ୍କ ମୂଳ ଦରମା ୧୨ ହଜାର ଟଙ୍କା ରହିଛି । ସେହିପରି ଅନ୍ୟାନ୍ୟ ଭତ୍ତାକୁ ମିଶାଇ ସେମାନେ ମାସିକ ୫୪ ହଜାର ଟଙ୍କା ଲେଖାଏ ପାଉଛନ୍ତି । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ବିଧାୟକଙ୍କ ମୂଳ ଦରମା ୩୦ ହଜାର ଟଙ୍କାରେ ପହଞ୍ଚିବ । ସେହିପରି ଭତ୍ତାକୁ ମିଶାଇ ସେମାନେ ମାସିକ ୯୦ ହଜାର ଟଙ୍କା ଲେଖାଏ ପାଇବେ । ଦିଲ୍ଲୀ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ଆସିବ । ଏହାପରେ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ । ସୂଚନାଯୋଗ୍ୟ, ୨୦୧୧ରେ ଶେଷଥର ପାଇଁ ଦିଲ୍ଲୀ ବିଧାୟକଙ୍କ ଦରମା ବଢିଥିଲା ।

hiranchal ad1
Leave A Reply

Your email address will not be published.

5 × five =