ଲକ୍ଷ୍ମୀପୁର ହିଂସା ମାମଲା, କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ

0 55

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଆଶିଷ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ । ଅକ୍ଟୋବର ୩, ୨୦୨୧ ରେ ଚାଷୀଙ୍କ ଉପରେ ଗାଡି ଚଢାଇବା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାରେ ଚାରିଜଣ ଚାଷୀଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଆଶିଷ ମିଶ୍ରଙ୍କୁ ହାଇକୋର୍ଟର ଲକ୍ଷେ୍ନା÷÷ ବେଞ୍ଚ ଜାମିନ ପ୍ରଦାନ କରିଛି । ଏହି ମାମଲାର ଶୁଣାଣି ହୋଇସାରିଛି । ଆଜି କୋର୍ଟ ଏହା ଉପରେ ନିଷ୍ପତ୍ତି ନେଇଛନ୍ତି । ଏହା କୁହାଯାଉଛି ଯେ ଜାମିନ ବଣ୍ଡ ପୂରଣ କରିବା ପରେ ଆଶିଷ ଆସନ୍ତାକାଲି ଜେଲରୁ ମୁକ୍ତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

1 × 5 =