କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ମଞ୍ଜୁରୀ, ଆହୁରି ୪ ମାସ ବଢିଲା ମାଗଣା ରାସନ

0 101

ନୂଆଦିଲ୍ଲୀ : ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ଦିନ ପୂର୍ବରୁ ଏହି ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ । କ୍ୟାବିନେଟର ଅନୁମୋଦନ ପରେ ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହରେ ଆଇନ ପ୍ରତ୍ୟାହାର ପ୍ରସ୍ତାବ ପାରିତ ହେବ । ଏହା ପରେ କୃଷକଙ୍କ ଆନ୍ଦୋଳନର କାରଣ ପାଲଟିଥିବା ସମସ୍ତ ତିନୋଟି କୃଷି ଆଇନକୁ ରଦ୍ଦ କରାଯିବ ।
କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନା ଯୋଜନାକୁ ୪ ମାସ ବୃଦ୍ଧି କରିବାକୁ ଅନୁମୋଦନ କରାଯାଇଛି । ଏହା ଦ୍ୱାରା ଆସନ୍ତା ମାର୍ଚ୍ଚ ଯାଏ ଗରିବ ଲୋକମାନେ ମାଗଣା ରାସନ ସାମଗ୍ରୀ ପାଇପାରିବେ । କରୋନା ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × one =