ଖୋଲିବ ଡିଜିଟାଲ୍‌ ବିଶ୍ୱ ବିଦ୍ୟାଳୟ, ପିଏମ୍‌-ଇ ବିଦ୍ୟା ୨୦୦ ଚ୍ୟାନେଲକୁ ହେବ ବିସ୍ତାର

0 41

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଡିଜିଟାଲ ଶିକ୍ଷା ତଥା ଅନଲାଇନ୍‌ ଶିକ୍ଷା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କରୋନା ଅବଧିରେ ଶିକ୍ଷାର ଅନେକ କ୍ଷତି ହୋଇଛି, ତେଣୁ ଇ-ବିଷୟବସ୍ତୁ ଏବଂ ଇ-ଲର୍ନିଂକୁ ଉତ୍ସାହିତ କରାଯିବ । ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ପିଏମ-ଇ ‘ୱାନ କ୍ଲାସ୍‌, ୱାନ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମ ୧୨ ରୁ ୨୦୦ ଟିଭି ଚ୍ୟାନେଲକୁ ବିସ୍ତାର କରାଯିବ । ଏହା ସମସ୍ତ ରାଜ୍ୟର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ କ ଭାଷାରେ ସପ୍ଲିମେଣ୍ଟାରୀ ଶିକ୍ଷା ପ୍ରଦାନ କରିବାକୁ ସକ୍ଷମ ହେବ । ମାନସିକ ସମସ୍ୟା ପାଇଁ ଜାତୀୟ ଟେଲିମେଣ୍ଟାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

eighteen + fifteen =