ବିବାହ କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ସେୟାର କଲେ ଫଟୋ

0 127

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ମଲାଲା ୟୁସୁଫଜାଇ ଏବଂ ତାଙ୍କ ସାଥୀ ଆସାର ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ବାଳିକା ଶିକ୍ଷାର ସମର୍ଥକ ମଲାଲା ଏବଂ ଆସାରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ ସେମାନଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ୟୁସୁଫଜାଇ ମଙ୍ଗଳବାର ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରିଛନ୍ତି । ମାଲାଲା ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟ୍ୱିଟରରେ ଟୁଇଟ୍‌ କରିଛନ୍ତି ଯେ ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ । ଆସାର ଏବଂ ମୁଁ ଜୀବନସାରା ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲୁ । ସେ ଆହୁରି ଲେଖିଛନ୍ତି ଯେ ବର୍ମିଂହାମରେ ଆମ ପରିବାର ସଦସ୍ୟଙ୍କ ସହ ଆମେ ଏକ ଛୋଟ ବିବାହ ସମାରୋହ ଆୟୋଜନ କରିଥିଲୁୁ । ଆମକୁ ଆଶୀର୍ବାଦ କରନ୍ତୁ । ଆମେ ଉଭୟ ବିବାହିତ ଜୀବନ ବିତାଇବାକୁ ଉତ୍ସାହିତ ବୋଲି ସେ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

hiring


ୟୁସୁଫଜାଇ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ୨୦୧୨ ରେ ପାକିସ୍ତାନରେ ବାଳିକା ଶିକ୍ଷାକୁ ସମର୍ଥନ କରୁଥିବା ମଲାଲା ୟୁସୁଫଜାଇଙ୍କୁ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା । ବାଳିକାମାନଙ୍କ ଶିକ୍ଷା ତଥା ଅଧିକାର ପାଇଁ ଲଢିଥିବା ମାଲାଲ ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ।
ସ୍କୁଲରୁ ଘରକୁ ଫେରୁଥିବା ମାଲାଲଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସାଂଘାତିକ ଥିଲା, କିନ୍ତୁ ମଲାଲା କିନ୍ତୁ ହାରି ଯାଇ ନଥିଲା । ବ୍ରିଟେନରେ ଦୀର୍ଘ ଦିନର ସମୟ ଚିକିତ୍ସା ପରେ ସେ ସୁସ୍ଥ ହୋଇ ପୁଣି ଥରେ ନିଜର ଅଭିଯାନ ଆରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

three × four =