ଭୁଷୁଡିଲା ସୁନା ଖଣି, ୩୮ଶ୍ରମିକ ମୃତ

0 119

ସୁଦାନ : ଭୁଷୁଡିଲା ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଥିବା ସୁନା ଖଣିି । ଫଳରେ ମାଟି ତଳେ ଚାପିହୋଇ ଚାଲିଗଲା ୩୮ ଶ୍ରମିକଙ୍କ ଜୀବନ । ତେବେ ଏହି ଅଞ୍ଚଳକୁ ନିଷେଧ କରାଯାଇଥିଲେ ବି ସ୍ଥାନୀୟ ଖଣି ମାଲିକ ଏହାକୁ ଖୋଳିବାକୁ ଶ୍ରମିକ ଲଗାଇଥିଲେ । ଫଳରେ ଏପରି ଅଘଟଣ ଘଟିଥିବା କହିଛନ୍ତି ସୁଦାନ ସରକାର । ରାଜଧାନୀ ଖର୍ତୁମ ଠାରୁ ଦକ୍ଷିଣରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ୍ ନାମକ ଗାଁରେ ଏହି ଘଟଣା ଘଟିଛି। ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉକ୍ତ ସୁନାଖଣିଟି ବନ୍ଦ ପଡ଼ିଥିଲା। ଏକ ସରକାରୀ କମ୍ପାନୀ ଦ୍ୱାରା ଏହି ଖଣି ପରିଚାଳିତ ହେଉଥିଲା। କମ୍ପାନୀ ପକ୍ଷରୁ ଏହି ଅଘଟଣ ପରେ କିଛି ଫଟୋ ଫେସ୍‌ବୁକ୍ ପୃଷ୍ଠାରେ ପୋଷ୍ଟ କରାଯାଇଥିଲା। ତେବେ କେବେ ଠାରୁ ଖଣିଟିକୁ ବନ୍ଦ କରି ଦିଆଯାଇଥିଲା, ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ଖଣିରୁ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯିବା ପରେ ସ୍ଥାନୀୟ ଲୋକେ ଯାଇ ସେଠାରେ ଖୋଳାଖୋଳି କରୁଥିଲେ।

hiranchal ad1
Leave A Reply

Your email address will not be published.

fourteen − 4 =