ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ ନିଷ୍ପତ୍ତି ନେଲେ ଯୁବକ, ଅଧାରେ ଅଟକିଲା ଚିକିତ୍ସା

0 73

ନୂଆଦିଲ୍ଲୀ : ଭୋପାଳରେ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନେଇଥିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଲୋକଲୋଚନକୁ ଆସିଛି । ଯୁବକ ଜଣଙ୍କୁ ତାଙ୍କ ପିତାମାତା ମନାଇବା ପରେ ତାଙ୍କର ଏହି ଚିକିତ୍ସା ଅଧାରେ ବନ୍ଦ ପଡିଛି । ଏହି କାରଣରୁ ତାଙ୍କ ଶରୀରରେ ଏବେ ଉଭୟ ଝିଅ ଓ ପୁଅଙ୍କ ହରମୋନ ରହିଛି ।
୩୨ ବର୍ଷର ଯୁବକ ହେଉଛନ୍ତି ଘରର ଏକମାତ୍ର ପୁଅ । ତାଙ୍କ ପିତା ଏ କ୍ଲାସ ଶ୍ରେଣୀର ଅଧିକାରୀ ପଦରୁ ଅବସର ନେଇଛନ୍ତି । ଯୁବକ ଜଣକ ଦିଲ୍ଲୀର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରନ୍ତି । ସେଠାରେ ସେ ତାଙ୍କ ସହକର୍ମୀଙ୍କ ପ୍ରେମରେ ପଡ଼ି ଲିଙ୍ଗ ପରିବର୍ତ୍ତନର ନିଷ୍ପତ୍ତି ନେଇଥିଲେ । ପ୍ରଥମ ସୋପାନରେ, ତାଙ୍କ ଶରୀରରେ ହରମୋନ୍‌ ପରିବର୍ତ୍ତନ ହୋଇଥିଲା । ଏହା ପରେ ସେ ଝିଅଙ୍କ ଭଳି ବ୍ୟବହାର କରିଥିଲେ । ଏଭଳି ପରିବର୍ତ୍ତନ ପରେ ପରିବାର ଲୋକ ଏ ବିଷୟରେ ଜାଣିବାକୁ ପାଇଥିଲେ । ପରେ ଯୁବକଙ୍କ ପିତାମାତା ଭୋପାଳର ଓକିଲ ସରିତା ରାଜାନୀଙ୍କ ନିକଟରେ ପହଞ୍ଚିଥିଲେ । ସେମାନେ ତାଙ୍କୁ କହିଥିଲେ ଆମ ପୁଅର ଚାଲିଚଳଣ ଗତ ଦେଢ ମାସ ହେଲାଣି ପରିବର୍ତ୍ତନ ହେବାରେ ଲାଗିଛି । ଏହାପରେ ଓକିଲ ଜଣକ ଉଭୟ ଯୁବକ ଓ ମହିଳାଙ୍କ ସହ କଥା ହୋଇ ଯୁବକଙ୍କ ଲିଙ୍ଗ ପରିବର୍ତ୍ତନ ଚିକିତ୍ସା ମଧ୍ୟ ଭାଗରେ ବନ୍ଦ କରାଯାଇଛି ।
ପରାମର୍ଶ ଦେବା ସମୟରେ ଯୁବକ ଜଣକ କହିଥିଲେ ଯେ ତାଙ୍କ ସହ ୩୦ ବର୍ଷ ବୟସ୍କା ମହିଳା କାମ କରନ୍ତି । ଦୁଇ ବର୍ଷ ପୂର୍ବେ କରୋନା କାରଣରୁ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏକ ଝିଅ ମଧ୍ୟ ଅଛି । ପ୍ରାୟ ଦେଢ ମାସ ପୂର୍ବରୁ ଦୁହେଁ ସାକ୍ଷାତ ହୋଇଥିଲେ । ମହିଳା ଜଣକ ତାଙ୍କ ଘରକୁ ନ ଯାଇ ଏକୁଟିଆ ରହୁଥିଲେ । ଏହିଠାରେ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇ ପ୍ରେମରେ ପଡିଗଲା ।
ଯୁବକ ଜଣକ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ମହିଳା ଜଣକ ମନା କରିଦେଇଥିଲେ । ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉଥିଲେ । ସେ ତାଙ୍କର ଯତ୍ନ ନେଉଥିଲେ । ସେ ତାଙ୍କ ବ୍ୟତୀତ ଅନ୍ୟ କାହାକୁ ତାଙ୍କ ସ୍ୱାମୀ ଭାବରେ ଦେଖି ପାରିବେ ନାହିଁ । ଏହା ପରେ ଯୁବକ ଜଣକ ଝିଅ ହେବାକୁ ସ୍ଥିର କରିଥିଲେ ।
ଲିଙ୍ଗ ପରିବର୍ତ୍ତନ ପାଇଁ ପ୍ରଥମ ସୋପାନରେ ହରମୋନ୍‌ ବଦଳାଇବା ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ସେବନ କରିଥିଲେ । ସେ ପ୍ରାୟ ଏକ ମାସ ଧରି ଏହି ଔଷଧ ଖାଉଥିଲେ । ଏହି କାରଣରୁ ଏଥିରେ ଅନେକ ପରିବର୍ତ୍ତନ ଆସିଛି ।
ପରାମର୍ଶଦାତା ମଧ୍ୟ ଏହି ପ୍ରସଙ୍ଗରେ ମହିଳାଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ଯେ ଯୁବକ ଜଣକ ମୋତେ ପାଗଳ ଭଳି ଭଲ ପାଉଥିଲେ । ସେ ତାଙ୍କ ନିଷ୍ପତ୍ତି ରେ ଅଟଳ ଥିଲେ ଓ ମୋ କଥା ମଧ୍ୟ ଶୁଣି ନଥିଲେ । ମୁଁ ମୋ ସ୍ୱାମୀଙ୍କ ସ୍ଥାନ ଆଉ କାହାକୁ ଦେବାକୁ ଚାହୁଁନାହିଁ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

six + 1 =