୩୦ ଦିନରେ କରୋନା ପୀଡିତଙ୍କୁ ମିଳିବ କ୍ଷତିପୂରଣ ଟଙ୍କା

0 91

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଛାଟ ପରେ କେନ୍ଦ୍ର ସରକାର କ୍ଷତିପୂରଣ ରାଶିର ବ୍ୟବସ୍ଥା କରିଛନ୍ତି ।
ଏବେ ସୁପ୍ରିମକୋର୍ଟ ଏହାକୁ ଅନୁମିତି ଦେଇଛନ୍ତି । ରାଜ୍ୟ ସରକାରମାନେ ପୀଡିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ । ଆଜି ଶୁଣାଣି ବେଳେ ଜଷ୍ଟିସ ଏମଆର ଶାହ କହିଛନ୍ତି, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକ ୫୦ ହଜାର ଟଙ୍କାର କ୍ଷତିପୂରଣ ପାଇବେ ।

hiring

hiranchal ad1
Leave A Reply

Your email address will not be published.

10 + 5 =