ସିଡିଏସ ବିପିନ ରାୱତ କହିଲେ ଦେଶର ଏକ ନମ୍ବର ଶତ୍ରୁ ଦେଶର ନାମ

0 105

ନୂଆଦିଲ୍ଲୀ : ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ମୁଖ୍ୟ ଲକ୍ଷ୍ୟ ହେଉଛି ଉତ୍ତେଜନା ହ୍ରାସ ପୂର୍ବରୁ ଦୁଇ ଦେଶର ସେନା ପଛକୁ ହଟିବା । ଉଭୟ ପକ୍ଷ ୨୦୨୦ ଏପ୍ରିଲ ପୂର୍ବରୁ ଥିବା ନିଜ ନିଜର ପୂର୍ବ ଅବସ୍ଥାନକୁ ଫେରିଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଚୀନ ପକ୍ଷର ଭିତ୍ତିଭୂମି ବର୍ତ୍ତମାନ ପାଇଁ ଭାରତ ତୁଳନାରେ ଉନ୍ନତ ରହିଥିବାରୁ ଭାରତ ଦୁଇ ଦେଶର ସେନାଙ୍କୁ ସମାନ ଦୂରତାକୁ ଫେରିଯିବା ଉପରେ ଗୁରୁତ୍ୱ ଦେଉଛି ।ଏଠାରେ ଟାଇମ୍ସ ନାଓ ସମ୍ମିଟ ୨୦୨୧ ଅବସରରେ ପ୍ରକାଶ କରି ଶ୍ରୀ ରାୱତ କହିଥିଲେ, ଚୀନ ସେନା ଉତ୍ତର ପୂର୍ବରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଗ୍ରାମ ବସାଇଥିବା ସମ୍ପର୍କରେ ଯାହା କୁହାଯାଉଛି ତାହା ସତ ନୁହେଁ । ବାସ୍ତବ ନିୟନ୍ତ୍ରଣ ରେଖାରେ ସେମାନଙ୍କର ପୂର୍ବରୁ ଥିବା ପୁରାତନ ଭିତ୍ତିଭୂମି ପୁନଃ ନିର୍ମାଣ କରାଯାଉଛି । ତେଣୁ ଏହାକୁ ବଳ କଷାକଷି ବୋଲି କୁହାଯାଇପାରିବ ନାହିଁ । ଚୀନ ପଟରେ ଭାରତ ସ୍ଥାୟୀ ନିର୍ମାଣ ଲକ୍ଷ୍ୟ କରିଛି, ଭାରତ ଯଦି ସେଠାରେ ନିଜର ସ୍ଥାୟୀ ନିର୍ମାଣ ଚାହିଁବ ତେବେ ତାହା କରିବ । ଏହି ଅବସରରେ ସେ କହିଥିଲେ, ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ରହିଛି । ଭାରତୀୟ ସେନା ସେଠାରେ ସୁଦୀର୍ଘ ଶୀତଋତୁରେ ରହିବାକୁ ମଧ୍ୟ ସମସ୍ତ ସାମଗ୍ରୀ ମହଜୁଦ ରହିଛି । ଚୀନ ଯଦି ଗଲୱାନ ଘଟଣାର ପୁନରାବୃତ୍ତି କରେ ତେବେ ତାହାକୁ ସମାନ ଢଙ୍ଗରେ ଜବାବ ଦିଆଯିବ । ଡେମଚୋକ ଏବଂ ଦେଶପାଙ୍ଗ ଅଞ୍ଚଳରେ ଉଭୟ ପକ୍ଷର ସୈନ୍ୟ ଅନ୍ୟ ଅଞ୍ଚଳଗୁଡିକ ଅପେକ୍ଷା ଅଧିକ ନିକଟତର ସ୍ଥିତିରେ ରହିଛନ୍ତି । କିନ୍ତୁ ତାହାକୁ ନେଇ ବର୍ତ୍ତମାନ ବ୍ୟସ୍ତ ହେବାର କିଛି ନାହିଁ ।
ଏହି ଅବସରରେ ସେ ଦେଶରେ ଏକ ଥିଏଟର କମାଣ୍ଡ ସୃଷ୍ଟି କରାଯିବା ଆହ୍ୱାନକୁ ଦୋହରାଇଥିଲେ । ଜେନେରାଲ ରାୱତ ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧର ଉଦାହରଣ ଦେଇ କହିଥିଲେ ଯେ ସମସ୍ତ ତିନିଟି ବାହିନୀ ପାଇଁ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ କମାଣ୍ଡ ରହିବା ଏବଂ ଜଣେ ନିଷ୍ପତ୍ତି ନେବା ତଥା ଯୁଦ୍ଧ ସମୟରେ ସରକାରଙ୍କୁ ରିପୋର୍ଟ କରିବାର କ୍ଷମତା ହାସଲ କରିବାର ଆବଶ୍ୟକତା ରହିଛି । ନୂଆଦିଲ୍ଲୀରେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଏନଏସଏ ସ୍ତରୀୟ ବୈଠକ ସମ୍ପର୍କରେ ମତରଖି ସେ କହିଥିଲେ, ଯେକୌଣସି ପ୍ରକାର ସୁରକ୍ଷାଗତ ବିପଦର ମୁକାବିଲା କରିବାକୁ ଭାରତ ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

hiranchal ad1
Leave A Reply

Your email address will not be published.

3 × 4 =