ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି

0 133

ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର  । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା  । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ  । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି  । ଚଳିତ ଆର୍ଥିକ ବର୍ଷ ପାଇଁ ସାଂସଦମାନଙ୍କୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ  । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି  ।

hiring

ସେହିପରି ଆସନ୍ତା ଆର୍ଥିକ ବର୍ଷ ଠାରୁ ଅର୍ଥାତ ୨୦୨୨-୨୩ରୁ ପୂର୍ବଭଳି ୫ କୋଟି ଟଙ୍କା ସାଂସଦ ପାଣ୍ଠିକୁ ଦିଆଯିବ  । ଆର୍ଥିକ ସ୍ଥିତିରେ ସୁଧାର ଆସିଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । କରୋନା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ସାଂସଦ ପାଣ୍ଠି ଠପ ହୋଇଯାଇଥିଲା  । ଯେଉଁ ସାଂସଦମାନଙ୍କର ପାଣ୍ଠିରେ ଅର୍ଥ ଥିଲା ସେସବୁ କୋଭିଡ଼ ପରିଚାଳନା ନିମନ୍ତେ ବ୍ୟୟ କରାଯାଇଥିଲା  । 

hiranchal ad1
Leave A Reply

Your email address will not be published.

fifteen − 13 =