ଭୂତ ଭୟରେ ସାରା ଗାଁ ଲକଡାଉନ!

0 103

ଅମରାବତୀ,୨୧/୪ : ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଏଭଳି ଅଜବ ଘଟଣା ଘଟିଛି,ଯାହା ସମସ୍ତଙ୍କୁ ଚକିତ କରିବା ସାଙ୍ଗକୁ ଭୟଭୀତ ମଧ୍ୟ କରିଛି । ପରିସ୍ଥିତି ଏମିତି ହୋଇଛି ଯେ ସାରା ଗାଁ ଏବେ ଲକଡାଉନ । ଘରୁ କେହି ବାହାରୁ ନାହାନ୍ତି । ସମସ୍ତେ ଗୃହବନ୍ଦୀ । ଏପରିକି ଗାଁରେ ଥିବା ସରକାରୀ ଅଫିସ ମଧ୍ୟ ବନ୍ଦ ହୋଇଛି । ବାହାର ଲୋକଙ୍କୁ ଗାଁ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳୁନି । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖାଯାଇଛି । ସରକାରୀ କର୍ମଚାରୀ, ମେଡିକାଲ ଷ୍ଟାଫ ଓ ଶିକ୍ଷକମାନଙ୍କୁ ମଧ୍ୟ ସେବା ଯୋଗାଇବାକୁ ଅନୁମତି ମିଳୁନି । ଏହାର କାରଣ ହେଉଛି ଭୂତ ଭୟ । ଗାଁଟି ଶ୍ରୀକାକୁଲମ ଜିଲ୍ଲା ସରୁବୁଜ୍ଜିଲି ମଣ୍ଡଳ ଅଧୀନରେ ରହିଛି । ଏହି ଅଞ୍ଚଳଟି ଓଡିଶା ସୀମାରେ । ଅତୃପ୍ତ ଆତ୍ମା ବିରୋଧରେ ଲକଡାଉନ କାମ କରିବ ବୋଲି ଗାଁ ଲୋକ ବିଶ୍ୱାସ କରୁଛନ୍ତି । ଗାଁ ଲୋକଙ୍କ କହିବା କଥା, ିଗତ କିଛି ଦିନ ହେଲା ଏଠାରେ ରହୁଥିବା ଅନେକ ଲୋକ ଜ୍ୱରରେ ପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ସନ୍ଦେହଜନକ ଭାବେ ହୋଇଛି । ଏହି ଘଟଣା ପଛରେ ଗାଁ ଉପରେ କୋପ କରିଥିବା ଅତୃପ୍ତ ଆତ୍ମାର ହାତ ରହିଥିବା ସେମାନେ ଆଶଙ୍କା କରିଛନ୍ତି । ଏଥିରୁ ମୁକୁଳିବା ପାଇଁ ଗାଁର ବରିଷ୍ଠ ଲୋକମାନେ ପଡୋଶୀ ଓଡିଶା ଓ ବିଜୟନଗରମର ଅନେକ ଗୁଣିଆଙ୍କ ସହ କଥା ହୋଇଥିଲେ । ସେମାନେ ହିଁ ଆତ୍ମା କବଳରୁ ମୁକୁଳିବା ପାଇଁ ଲକଡାଉନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଓଡିଶାର ଗୁଣିଆଙ୍କ ପରାମର୍ଶକ୍ରମେ ଗାଁର ୪ ପାଖରେ ଲେମ୍ବୁ ଲଗାଯାଇଛି । ଏଥିସହ ଏପ୍ରିଲ ୧୭ରୁ ୨୫ ତାରିଖ ଯାଏ ଗାଁ ଲୋକମାନେ ନିଜ ଆଡୁ ଲକଡାଉନ ଲାଗୁ କରିଛନ୍ତି । ଲକଡାଉନ ପାଇଁ ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି ।

hiranchal ad1
Leave A Reply

Your email address will not be published.

two × 1 =