ଭୁଜ୍‌ ଭୂମିକମ୍ପ ସ୍ମାରକୀ ଉଦ୍‌ଘାଟନ କଲେ ମୋଦୀ

0 79

ଭୁଜ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭୁଜ୍‌ ନଗରୀ ଉପକଣ୍ଠରେ ‘ସ୍ମୁତିବନ ସ୍ମାରକୀ’ ଉଦ୍‌ଘାଟନ କରିଛନ୍ତି । ୨୦୦୧ରେ ଗୁଜରାଟର କଚ୍‌ ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାଣ ହରାଇଥିବା ଜନତାଙ୍କ ସ୍ମୃତି ପ୍ରତି ଏହି ସ୍ମାରକୀ ଉତ୍ସର୍ଗ କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ, ଲୋକମାନଙ୍କର ସଂଗ୍ରାମୀ ମନୋଭାବକୁ ପାଳନ କରିବା ଲାଗି ପ୍ରାୟ ୪୭୦ ଏକର ପରିମିତ ଜମିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି । ୨୦୦୧ରେ ସଂଘଠିତ ଉକ୍ତ ଭୂମିକମ୍ପରେ ୧୩,୦୦୦ ଲୋକ ପ୍ରାଣ ହରାଇଥିଲେ । ଏହାର ଉତ୍ପତ୍ତିସ୍ଥଳ ଥିଲା ଭୁଜ୍‌ । ମୃତ ଜନତାଙ୍କ ନାମ ସବୁ ମଧ୍ୟ ସେହି ସ୍ମାରକୀସ୍ଥଳରେ ଉଲ୍ଲେଖ କରାଯାଇଛି । ଏହାଛଡା, ‘ସ୍ମତିବନ ଭୂମିକମ୍ପ ସଂଗ୍ରହାଳୟ’ ନାମରେ ଅତ୍ୟାଧୁନିକ ସଂଗ୍ରହାଳୟଟିଏ ମଧ୍ୟ ନିର୍ମାଣ କରାଯାଇଛି । ୭ଟି ବ୍ଲକ୍‌ରେ ବିଭକ୍ତ ଏହି ସଂଗ୍ରାହଳୟରେ ରହିଛି ପୁନର୍ଜନ୍ମ, ପୁନଃଆବିଷ୍କାର, ସଂରକ୍ଷଣ, ପୁନଃନିର୍ମାଣ, ପୁନଃଚିନ୍ତନ, ପୁନର୍ଜୀବନ ଏବଂ ନବୀକରଣ ଆଦି ୭ଟି ‘ଥିମ୍‌’ ।

hiranchal ad1
Leave A Reply

Your email address will not be published.

sixteen − ten =