ସ୍କାଇମେଟ ପରେ ଆଇଏମଡି ଦେଲା ଏହି ଖୁସି ଖବର

0 102

ନୂଆଦିଲ୍ଲୀ,୧୪/୪ : ଭାରତରେ ଏବର୍ଷ ପାଣିପାଗ କିପରି ରହିବ,ସେନେଇ ଗତ ୧୨ ତାରିଖରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ତା’ର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଥିଲା । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ ଏବଂ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଏହି ରିପୋର୍ଟରେ କର୍ଶାଯାଇଛି । ଏହାର ଦୁଇ ଦିନ ପରେ ଆଜି ଭାରତ ସରକାରଙ୍କ ଜାତୀୟ ପାଣିପାଗ ବିଭାଗ(ଆଇଏମଡି) ତା’ର ପୂର୍ବାନୁମାନ ଜାରି କରିଛି । ସ୍କାଇମେଟ ଭଳି ଏହା ମଧ୍ୟ ଏଥର ମୌସୁମୀ ତଥା ବର୍ଷା ସ୍ୱାଭାବିକ ରହିବ ବୋଲି କହିଛି । ବିଭାଗ କହିଛି ଯେ ଦେଶରେ ସାମଗ୍ରିକଭାବେ ବର୍ଷା ଭଲ ରହିବ । ବିଶେଷକରି,ଉତ୍ତର ଭାଗରେ ସବୁଠୁ ଅଧିକ ବୃଷ୍ଟିପାତ ହେବ । ସେହିପରି କେନ୍ଦ୍ରୀୟ ଭାଗରେ ବୃଷ୍ଟିପାତ ସ୍ୱାଭାବିକ ରହିବ । ବୃଷ୍ଟିପାତର ହାର ୯୬ ପ୍ରତିାତରୁ ୧୦୪ ପ୍ରତିଶତ ରହିବ ବୋଲି ବିଭାଗ କହିଛି । ପୂର୍ବରୁ ପାଣିପାଗ ବିଭାଗ ୧୯୬୧-୨୦୧୦ ସମୟଖଣ୍ଡର ୮୮ ସେ.ମି. ବୃଷ୍ଟିପାତକୁ ପାଣିପାଗ ବିଭାଗ ‘ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌’ ବୋଲି ବିବେଚନା କରୁଥିଲା । ୧୯୭୧-୨୦୨୦ ସମୟ ଅବଧି ପର୍ଯ୍ୟନ୍ତ ହୋଇଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ସମଗ୍ର ଭାରତରେ ହାରାହାରି ୮୬୮.୬ ମିଲିମିଟର୍‌ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା । ଗତ ୧୨ ତାରିଖରେ ଜାରି ସ୍କାଇମେଟ ରିପୋର୍ଯରେ କୁହାଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ଦେଶରେ ଭଲ ଫସଲ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି ବୋଲି ଏହା କହିଛି ।

hiranchal ad1
Leave A Reply

Your email address will not be published.

eight + nineteen =