ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଗୁଜୁରାଟୀ ଝିଅ ଭାବିନା ପଟେଲଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଗୁଜୁରାଟ ରାଜ୍ୟ ସରକାର । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏ ସଂପର୍କରେ ଆଜି ଘୋଷଣା କରିଛନ୍ତି । ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା । ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍ରେ ପଦକ ଜିତିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ।