ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ

0 83

ନୂଆଦିଲ୍ଲୀ : ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍‌ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିଲା । ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାକୁ ଗୃହର ଉପସ୍ଥାପନ କରିଥିଲେ । ବିରୋଧୀଦଳଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ଏହି ବିଲ୍‌ ପାରିତ ହୋଇଯାଇଛି । ବାଚନିକ ଭୋଟରେ ଏହା ପାରିତ ହୋଇଥିବା ଲୋକସଭା ବାଚସ୍ପତି ସୂଚନା ଦେଇଛନ୍ତି । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ଏହି ବିଲ୍‌ ଉପରେ ଗୃହରେ ଆଲୋଚନା କରିବାକୁ ଦାବି କରିଛନ୍ତି । ବିରୋଧୀଙ୍କ ଉତ୍ତେଜନା ଯୋଗୁଁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

1 × 4 =