ପ୍ରକୃତି ଉପଭୋଗରୁ ଅନ୍ତିମ ଯାତ୍ରା :କାର ଭିତରେ ଶ୍ୱାସରୁଦ୍ଧ ହୋଇ ଚାଳିଗଲେ ୬ ଜଣ

0 194

ଇସଲାମାବାଦ : ମୃତ୍ୟୁ କାହା ପାଖକୁ କେମିିତି ଆସେ । କାହାର ଅନ୍ତିମ ଯାତ୍ରା କେମିତି ହେବ ତାହା କହିବା ମୁସ୍କିଲ । କିଏ କିଛି ନଥାଇ ବସିଥିବା କିମ୍ବା ପୂଜା କରୁଥିବା ବେଳେ ମୃତ୍ୟୁବରଣ କରିଥାନ୍ତି ତ ଆଉ କିଏ ବୁଲୁଥିବାବେଳେ ମୃତ୍ୟୁ ଜାଲରେ ଫସିଯାଇଥାନ୍ତି । ଏମିତି ଏକ ଘଟଣା ଘଟିଛି ପାକିସ୍ତାନରେ । ମୁରି ହିଲ ଷ୍ଟେସନ ପାକିସ୍ତାନର ରାଜଧାନୀଠାରୁ ମାତ୍ର ଏକ ଘଣ୍ଟା ଦୂର । ବ୍ରିଟିଶମାନେ ଏହାକୁ ତିଆରି କରିଥିଲେ । ପ୍ରତିବର୍ଷ ଏଠାରେ ତୁଷାରପାତ ହୁଏ ଏବଂ ପ୍ରତିବର୍ଷ ଅଧିକାଂଶ ଧନୀ ପର୍ଯ୍ୟଟକ ତୁଷାରପାତକୁ ଉପଭୋଗ କରିବା ପାଇଁ ଏଠାରେ ପହଞ୍ଚନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ମୁରି ଅଞ୍ଚଳର ନାଥିଆଗାଲିରେ ଛୁଟିଦିନ ପାଇଁ ଯାଆନ୍ତି । ଏଥର ତୁଷାରପାତ ନୂଆ ବର୍ଷ ପରେ ହିଁ ଆରମ୍ଭ ହେଲା । ଲୋକମାନେ ଶୁକ୍ରବାରଠାରୁ ଏଠାକୁ ଆସିବା ଆରମ୍ଭ କଲେ । ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବା ସହିତ ଯାନବାହନ ମଧ୍ୟ ବୃଦ୍ଧି ପାଇଲା । କୌଣସି ବ୍ୟବସ୍ଥା ନଥିଲା । ତେଣୁ ପ୍ରବଳ ତୁଷାରପାତ ହେତୁ ଲୋକମାନେ କାରରେ ଅଟକି ଯାଇଥିଲେ । ଶ୍ୱାସରୁଦ୍ଧ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୨ ଅତ୍ୟନ୍ତ ଗମ୍ଭୀର । ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଏକ କାରରୁ ମିଳିଥିଲା । ସେଥିମଧ୍ୟରୁ ୩ ଜଣ ଶିଶୁ ଥିଲେ ।

hiranchal ad1
Leave A Reply

Your email address will not be published.

three + six =