ସୁବର୍ଣ୍ଣପୁର : ସାଂପ୍ରତିକ ବର୍ତ୍ତମାନ ଦେଶରେ ଅହେତୁକ ଭାବରେ ବଢ଼ି ଚାଲିଥିବା ତୈଳଦର ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ଖାଇବା ତେଲ, ଡାଲି ଓ ଧାନର ସହାୟକ ଦର ବୃଦ୍ଧି ପ୍ରଭୃତି ଦାବି ନେଇ ଆଜି ରାଜ୍ୟ ପ୍ରଦେଶ କମିଟି ର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ବ୍ଲକ କଂଗ୍ରେସ ପକ୍ଷରୁ ସୋନପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ସେହିପରି ଥାଳି, ଖଞ୍ଜଣୀ ବଜାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ ସଭାପତି ଗୌରିଶ୍ୟାମ ପଣ୍ଡା, ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଆଇନସେଲ ସଭାପତି ସୁଧୀର ପଣ୍ଡା, ବ୍ଲକ ସଭାପତି ରାଜେନ୍ଦ୍ର ମେହେର, ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ସୂର୍ଯ୍ୟ କାନ୍ତି ବାଘ, ବରୁଣ ସୁନା, ଶେଷଦେବ ମେହେର, ମହମ୍ମଦ ଇମ୍ରାନ, ହୃଷିକେଶ ମିଶ୍ର, ସଚ୍ଚ଼ିଦାନନ୍ଦ ସାହୁ, ରତ୍ନାକର ଷଡଙ୍ଗୀ, କୃଷ୍ଣ ଚନ୍ଦ୍ର ବାଘ, କୃଷ୍ଣ ପାତ୍ର,ଲଛମନ୍ ସୁନା, ନିମାଇଁ ପାଣିଗ୍ରାହୀ ପୁରନ୍ଦର ସାହୁ ଓ ସତ୍ୟଭାମା ମେହେରଙ୍କ ସମେତ ଅନ୍ୟାନ୍ୟ କର୍ମୀ ଯୋଗଦେଇଥିଲେ ।