ଶ୍ରୀ ଭେଙ୍କଟେଶ୍ୱର ସରକାରୀ ବିଦ୍ୟାଳୟ ଗେରାବନ୍ଧରେ ୭୨ତମ ବନମହୋତ୍ସବ ଦିବସ ପାଳିତ

0 190

ଗଜପତି,୭/୭- ଗଜପତିଜିଲ୍ଲା ଗୋଶାଣି ବ୍ଳକର ଗେରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସରକାରୀ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିବାବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ କର କମଳରେ ପ୍ରକୃତି ପୂଜା ସହିତ ବୃକ୍ଷରୋପଣର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ବୃକ୍ଷର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ,ସି.ଆର.ସି. ସି,ସ୍ଥାନୀୟ ଥାନା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. ତିରୁମାଲା ରାଓ ପଟ୍ଟନାୟକ ସଭାର ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ସମସ୍ତ କାର୍ଯ୍ୟକୁ ତୁଲାଇ ଥିଲେ । ବିଦ୍ୟାଳୟର ପୂରାତନ ଛାତ୍ର ଛାତ୍ରୀ ଓ ସମସ୍ତ ରାଷ୍ଟ୍ରୀୟ ସ୍ତରର ଖେଳାଳି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ପ୍ରତ୍ୟେକ ସଭ୍ୟ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଶେଷରେ ଆଲୁମିନି ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ଉକ୍ତ କାର୍ଯ୍ୟକ୍ରମ ରେ ୧୦୧ ଫଳ,ପୁଷ୍ପ ଓ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one + fourteen =