୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

0 60

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ ମିଳିବ।ଯେଉଁ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ସେମାନେ ସ୍ଥାୟୀ କମିଶନ ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କହିଥିଲେ। ହେଲେ ସେନା ପକ୍ଷରୁ ଏହାକୁ ଲାଗୁ କରାଯାଇ ନଥିଲା। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ସେନାକୁ ଅଦାଲତ ଅବମାନନା ମାମଲାର ଧମକ ଦେଇଥିଲେ। ଏହାପରେ ସେନା ପକ୍ଷରୁ ମହିଳା ଅଧିକାରୀଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ତେବେ ନଭେମ୍ବର ୨୬ ସୁଦ୍ଧା ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ କୋର୍ଟ କହିଛନ୍ତି।

hiranchal ad1
Leave A Reply

Your email address will not be published.

2 × one =