ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍ଡିଏ’ ଓ ନେଭାଲ୍ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍ ଜେନେରାଲ୍ ଐଶ୍ବର୍ଯ୍ୟା ଭାଟୀ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି।ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁତ୍ବପୂର୍ଣ୍ଣ ଖବର ରହିଛି। ‘ଏନ୍ଡିଏ’ ଓ ନେଭାଲ୍ଏକାଡେମି’ ଜରିଆରେ ଝିଅମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍’ ଦେବା ପାଇଁ ସେନା ମୁଖ୍ୟମାନେ ଓ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗତ ବିଳମ୍ବିତ ସନ୍ଧ୍ୟାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।