ଚଣ୍ଡିଗଡ : ପଞ୍ଜାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇଥିବା ଟ୍ରଲର (ଟ୍ରକ୍) ସହ ବାଡେଇ ହୋଇ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭାରସାମ୍ୟ ହରାଇଥିବା ଏହି ଟ୍ରକ ସହ ଏକସାଙ୍ଗରେ ତିନୋଟି କାର ବାଡେଇ ହୋଇଥିଲେ । ଏହି ତିନି କାର୍ ମଧ୍ୟରୁ ଗୋଟିଏ କାରର ବସିଥିବା ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଫାଗୱାରା ଏବଂ ଚଣ୍ଡିଗଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁଃଖଦ ଘଟଣା ଘଟିଛି । ପଞ୍ଜାବର ବେହେରାମରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ୧୮ ଚକିଆ ମାଲ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ମୋଡ ନେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଭାରୀ ଟ୍ରକ୍ ଭାରସାମ୍ୟ ହରାଇଥିଲା ଏବଂ ଟ୍ରେକ୍ ଥିବା ଜିନିଷ ସବୁ ରାସ୍ତାରେ ପଡିଯାଇଥିଲା । ଏହି କାରଣରୁ, ତିନୋଟି କାର ନିୟନ୍ତ୍ରଣ ବାହାରକୁ ଯାଇ ଟ୍ରକ୍ ସହିତ ମୁହାଁମୁହିଁ ହୋଇଥିଲେ ଏବଂ ଏହି ସମୟର ଗୋଟିଏ କାର ଉପରେ ଟ୍ରକଟି ଓଲଟି ପଡିଥିଲା । ଏହି କାରରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦମ୍ପତି ଏବଂ ସେମାନଙ୍କ ପୁଅ କାରରେ ଥିଲେ । ଏଥିରେ ଥିବା ଅନ୍ୟ ତିନି ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ଦୁର୍ଭାଗ୍ୟବଶତଃ ଅନ୍ୟ କାରଗୁଡିକରେ ବସିଥିବା ଯାତ୍ରୀମାନେ ଅଳ୍ପକ ବର୍ତ୍ତିଯାଇଥିଲେ । ଏମାନଙ୍କ ମଧ୍ୟ ଗୋଟିଏ କାରରେ ଥିବା ତିନିଜଣ ଆହତ ହୋଇଥିବା ବେଳେ ତୃତୀୟ କାରରେ ଟ୍ରକ୍ଟି ସାମାନ୍ୟ ଧକ୍କା ହୋଇଥିଲା । କାରଟି ବିପରୀତ ଦିଗକୁ ପଳାଇଯାଇଥିଲା ।
ରାଜପଥରେ ସ୍ଥାପିତ ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି । ଏହି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଫେରୋଜପୁର ଜିଲ୍ଲାର ମେଜର ସିଂ ଚଲାଉଥିଲେ । ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ବଙ୍ଗା ପାର୍ଶ୍ୱରୁ ଟ୍ରକ୍ ମହିଲପୁର ବହରାମ ଚା ’ପଏଣ୍ଟରେ ପହଞ୍ଚିବା ମାତ୍ରେ ଡ୍ରାଇଭର ତୁରନ୍ତ ଟ୍ରକକୁ ଭୁଲ ଦିଗରେ ମହିଲାପୁର ପାର୍ଶ୍ୱକୁ ନେଇଯାଇଥିଲେ । ଦ୍ରୁତ ଗତିରେ ଟ୍ରକ୍ ଚଳାଉଥିବା ଡ୍ରାଇଭର ମେଜର ସିଂଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।