ମମତାଙ୍କୁ ବିଜେପିର ଏଜେଣ୍ଟ କହିଲେ କଂଗ୍ରେସ ନେତା

0 83

ନୂଆଦିଲ୍ଲୀ: ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଜାତୀୟ ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଜନ ସାଧାରଣ ଏବେ ଆମ ଆଦମୀ ପାର୍ଟିଙ୍କୁ ବିଜେପିର ବିକଳ୍ପ ଦଳ ଭାବି ସାରିଲେଣି । ଏହାରି ମଧ୍ୟରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ସାମ୍ନା ଆସିଛି । ମମତା କହିଛନ୍ତି ଯେ, ବିଜେପିକୁ ଗାଦିଚ୍ୟୁତ କରିବାକୁ ଚାହୁଁଥିବା ସମସ୍ତ ରାଜନୈତିକ ଦଳ ମିଳିତ ଭାବେ କାମ କରିବା ଉଚିତ୍‌ । କଂଗ୍ରେସ ଉପରେ ନିର୍ଭର କରିବା କୌଣସି ଅର୍ଥ ନାହିଁ । ବାନାର୍ଜୀ କହିଛନ୍ତି ସେମାନେ(କଂଗ୍ରେସ) ଏବେ ସବୁଠାରେ ହାରୁଛନ୍ତି । ତାଙ୍କର ଜିତିବାକୁ ଆଉ ଆଗ୍ରହ ନଥିବା ଭଳି ମନେ ହେଉଛି । ଜନତାଙ୍କ ଉପରେ ସେମାନେ ଆଉ ବିଶ୍ୱାସଭାଜନ ହୋଇପାରୁନାହାନ୍ତି । ତେଣୁ କଂଗ୍ରେସ ଉପରେ ନିର୍ଭର କରିବାର କୌଣସି ଅର୍ଥ ନାହିଁ ।
ମମତାଙ୍କ ବିବୃତ୍ତି ପରେ କଂଗ୍ରେସ ନେତା ଅଧିରୀ ରଂଜନ ଚୌଧୁରୀ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ ମମତା ବାନାର୍ଜୀଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଛନ୍ତି । ସମଗ୍ର ଭାରତରେ କଂଗ୍ରେସର ଉପସ୍ଥିତି ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିରୋଧୀ ଦଳର ମୋଟ ଭୋଟ୍‌ର ୨୦ ପ୍ରତିଶତ କଂଗ୍ରେସ ପାଖରେ ଅଛି । ତୃଣମୂଳ କଂଗ୍ରେସ ମୁଖ୍ୟଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ତାଙ୍କ ଦଳ କେଉଁଠାରେ ଠିଅ ହୋଇଛି ।
ସେ କହିଛନ୍ତି ଯେ ସମଗ୍ର ଭାରତରେ କଂଗ୍ରେସର ୭୦୦ ଜଣ ବିଧାୟକ ଅଛନ୍ତି । ମମତାଙ୍କୁ ପ୍ରଶ୍ନ କରଛନ୍ତି ତୁମର କେତେ? ବିରୋଧୀ ଦଳର ମୋଟ ଭୋଟର ୨୦ ପ୍ରତିଶତ କଂଗ୍ରେସ ପାଖରେ । ସେ କହିଛନ୍ତି ଯେ, ବିଜେପିକୁ ଖୁସି କରିବା ଓ ଏହାର ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ପାଇଁ ସେ ଏହା କହୁଛନ୍ତି । ବାନାର୍ଜୀଙ୍କ ବିବୃତ୍ତିକୁ ବିରୋଧ କରି ଲୋକସଭାରେ ବିରୋଧୀଦଳର ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଗୋଆ କଂଗ୍ରେସକୁ ପରାସ୍ତ କରିବାକୁ ତୃଣମୂଳ କଂଗ୍ରେସ ସେଠାକୁ ଯାଇଛି । କଂଗ୍ରେସକୁ ବିରୋଧୀ ଦଳରୁ ଦୂରେଇ ରଖିବା ଉଚିତ ବୋଲି ସେ ଆଜି ପ୍ରଚାର କରୁଛନ୍ତି । (ପ୍ରଧାନମନ୍ତ୍ରୀ ନରେନ୍ଦ୍ର) ମୋଦୀ କଂଗ୍ରେସ-ମୁକ୍ତ ଭରତ ବିଷୟରେ କହୁଛନ୍ତି ଏବଂ ଦିଦି କଂଗ୍ରେସ ବିନା ବିରୋଧୀ ଦଳର ମିଳନ କଥା କହୁଛନ୍ତି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + sixteen =