୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବ୍ରିଟେନ, ମହିଳାମାନଙ୍କୁ ପ୍ରାଥମିକତା

0 106

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଆତଙ୍କ ଖେଳିଯାଇଛି । ଆମେରିକା, ଭାରତ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶମାନେ ସେମାନଙ୍କର ଦୂତାବାସ ବନ୍ଦ କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି କିମ୍ବା ଥଇଥାନ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହିତ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅଗଷ୍ଟ ୨୪ ରେ ଏକ ସ୍ୱତନ୍ତ୍ର ଅଧିବେଶନ କରି ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରିବ । ଏହି ସମୟରେ ବ୍ରିଟେନ ୨୦,୦୦୦ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ଘୋଷଣା କରିଛି ।
ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ଯେ ଦେଶ ୨୦,୦୦୦ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଗ୍ରହଣ କରିବ । ମହିଳା ଏବଂ ଶିଶୁମାନଙ୍କୁ ପ୍ରାଥମିକତା ଦିଆଯିବ । ବୁଧବାର ବ୍ରିଟିଶ ହାଇ କମିଶନଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ ପଟେଲ କହିଛନ୍ତି ଯେ ଆମର ନୂତନ ଆଫଗାନିସ୍ତାନ ନାଗରିକ ପୁନଃ ବିସ୍ଥାପନ ଯୋଜନା ଅଧିନରେ ୨୦,୦୦୦ ଲୋକଙ୍କୁ ସ୍ୱାଗତ କରିବ, ଯେଉଁମାନେ ଆଫଗାନିସ୍ତାନ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି । ବ୍ରିଟେନ ମୁଖ୍ୟତଃ ମହିଳା ଏବଂ ବାଳିକାମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବ ବୋଲି କହିଛି ।
ନ୍ୟୁଜ୍‌ ଏଜେନ୍ସି ଅନୁଯାୟୀ, ଆମେରିକାର ସୈନ୍ୟବାହିନୀ ବର୍ତ୍ତମାନ ସୁଦ୍ଧା ଯୁଦ୍ଧବିମାନ ଜରିଆରେ ଦେଶରୁ ୩,୨୦୦ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ଏଥି ସହିତ ଭାରତ ମଧ୍ୟ ଦୂତାବାସର ଅଧିକାରୀଙ୍କ ସମେତ ପ୍ରାୟ ୫୦୦ ଲୋକଙ୍କୁ ଫେରାଇ ଆଣିଥିବାବେଳେ ଫଶି ରହିଥିବା ଅନ୍ୟ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଭାରତ ଏହାର ଦୂତାବାସ ବନ୍ଦ କରି ନାହିଁ ଏବଂ ସ୍ଥାନୀୟ କର୍ମଚାରୀ ସେଠାରେ କନସୁଲାର ସେବା ଯୋଗାଉଛନ୍ତି ।

hiranchal ad1
Leave A Reply

Your email address will not be published.

6 + 20 =