ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନକୁ ନେଇ ଆସିଲା ବଡ଼ ଖବର

0 236

ଅହମଦାବାଦ : ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି । 

ସୂତ୍ର ଅନୁସାରେ ଏହି ଏୟାର ଇଣ୍ଡିଆ ବିମାନକୁ ଜୁନ୍ ୨୦୨୩ରେ ଏକ ବିସ୍ତୃତ ରକ୍ଷଣାବେକ୍ଷଣ ଯାଞ୍ଚ ମଧ୍ୟ ଦିଆଯାଇଥିଲା । ଏହାର ପରବର୍ତ୍ତୀ ପର୍ଯ୍ୟାୟ ଯାଞ୍ଚ ଚଳିତ ବର୍ଷ ଡିସେମ୍ବରରେ କରାଯିବାର ଯୋଜନା କରାଯାଇଥିଲା। ଏପ୍ରିଲରେ, ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ପାଇଁ ବୀମା କଭରକୁ ୭୫୦ କୋଟି ଟଙ୍କାରୁ ୮୫୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲା। 

hiring

ଅହମଦାବାଦରେ ଘଟିଥିବା ଦୁର୍ଘଟଣା ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଦେଶର ସବୁଠାରୁ ଖରାପ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ଏହି ଦୁର୍ଘଟଣା ବିମାନ ବୀମା କ୍ଷେତ୍ରକୁ ଦୋହଲାଇ ଦେବ ବୋଲି ଆଶା କରାଯାଉଛି  । କାରଣ ଦେଶର ସବୁଠାରୁ ମହଙ୍ଗା ବୀମା ରାଶି ଯାହା ପ୍ରାୟ ୩,୦୦୦ କୋଟି ହେବ ବୋଲି ଆକଳନ କରାଯାଉଛି । 

ସୂଚନା ଥାଉକି, ଅହମଦାବାଦରୁ ଲଣ୍ଡନକୁ ଯାଉଥିବା ଏହି ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ କ୍ରାସ୍ କରିଯାଇଥିଲା । ଯେଉଁଥିରେ କି ୧୨ ଜଣ କ୍ରୁ ମେମ୍ବରଙ୍କ ସହିତ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୨୪୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ, ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଥିଲେ । 

ମିଳିଥିବା ସୂଚନା ମୁତାବକ, ଏୟାର ଇଣ୍ଡିଆର ଏହି ବିମାନଟିକୁ ଜୁନ୍ ୨୦୨୩ରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା । ଡିସେମ୍ବର ମାସରେ ମଧ୍ୟ ଏହାର ଆଗାମୀ ସମ୍ପୂର୍ଣ୍ଣ ଯାଞ୍ଚ ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ପୂର୍ବରୁ ହିଁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । 

hiranchal ad1
Leave A Reply

Your email address will not be published.

4 × three =