ଉଡ଼ାଣ ପରେ ଖସିପଡ଼ିଲା ବିମାନର ଇଞ୍ଜିନ କଭର

0 94

ମୁମ୍ବାଇ: ଇଞ୍ଜନ କଭର ବିନା ଉଡ଼ିଲା ବିମାନ। ୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିଥିବା ଆଲିଆନ୍ସ ଏୟାରର ଏକ ବିମାନର ଇଞ୍ଜନ କଭର ରନୱେ ଉପରେ ଖସିପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଇଞ୍ଜିନ କଭରଟି ରନୱେ ଉପରେ ଖସିପଡ଼ିଥିଲେ ବି ଏବିଷୟରେ ପାଇଲଟ ଜାଣିପାରିନଥିଲେ। ମୁମ୍ବାଇରୁ ଗୁଜୁରାଟ ଯାଉଥବା ବିମାନ ସହ ଏଭଳି ଘଟିଥିବା ବେଳେ ବିମାନଟି ଭୁଜରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣାପଡ଼ିଛି।

hiring

ଅଧିକାରୀମାନେ କହିଛନ୍ତି ଯେ, ବିମାନଟି ଉଡ଼ାଣ କରିବା ପରେ ଇଞ୍ଜିନର କଭର ଖସି ପଡିଥିଲା। ବିମାନ ଚଳାଚଳ ଉପରେ ନଜର ରଖୁଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏନେଇ ଆଲର୍ଟ କରିବା ପରେ ଇଞ୍ଜିନର କଭରଟି ରନୱେରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଇଞ୍ଜିନର କଭର ଖସିବା ପରେ ଏହା ବିମାନ ଉଡ଼ାଣ ଉପରେ କିଛି ପ୍ରଭାବ ପକାଇନଥିବାରୁ ବିମାନଟି ସୁରକ୍ଷିତ ଭାବେ ଉଡ଼ାଣ କରିଥିଲା। ଆଲିଆନ୍ସ ଏୟାର ଏଟିଆର ୭୨-୬୦୦ ବିମାନ ସହ ଏଭଳି ଘଟଣା ଘଟିଥିବା କୁହାଯାଇଛି।

hiranchal ad1
Leave A Reply

Your email address will not be published.

3 × 1 =