ଲିଭିବନି ଅମର ଯବାନ ଜ୍ୟୋତି

0 83

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ ପାଖରେ ଥିବା ଅମର ଯବାନ ଜ୍ୟୋତି ଲିଭିବନି । ଗତ ୫୦ ବର୍ଷ ଧରି ଏହା ଜଳିଆସୁଛି ଏବଂ ଆଗକୁ ମଧ୍ୟ ଏଭଳିଭାବେ ରହିବ । ଏହା କେବେ ବି ଲିଭିବନି । କେନ୍ଦ୍ର ସରକାର ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି । ଏହି ଜ୍ୟୋତିକୁ ନେଇ ବିବାଦ ସୃଷ୍ଟି ହେବାପରେ ଆଜି ଏଭଳି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର । ଅମର ଯବାନ ଜ୍ୟୋତିର ଏକ ଅଂଶକୁ ଜାତୀୟ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିଆଯିବ । ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାଁ ସ୍ଥାନ ପାଇଛି । ୧୯୭୧ ସମେତ ସବୁ ଯୁଦ୍ଧର ସହିଦଙ୍କ ନାଁ ଏଥିରେ ରହିଛି । ଏହା ହିଁ ସହିଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାକୁ ନେଇ ଅନେକଗୁଡିକ ଭୁଲ୍‌ ସୂଚନା ଦିଆଯାଉଛି । ଅଯଥା ଗୁଜବ ସୃଷ୍ଟି କରାଯାଉଛି । ୧୯୭୧ ମସିହାରେ ଅମର ଯବାନ ଜ୍ୟୋତି ଜଳା ଯାଇଥିଲା । ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା । କିନ୍ତୁ ସେଠାରେ କୌଣସି ସହିଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା । ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଯବନାଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା । ଏଥିପାଇଁ ସେଠାରେ ଏହି ଜ୍ୟୋତି ଜଳିବା ହିଁ ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର କହିଛି । ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍‌ଘାଟନ କରିଥିଲେ । ସେପଟେ ଅମର ଯବାନ ଜ୍ୟୋତି ବିଲୟ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଝି ପାରନ୍ତିନି କହି କଟ୍ଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ରାହୁଲ ଗାନ୍ଧି । ତେବେ ଅମର ଯବାନ ଜ୍ୟୋତି ଲିଭିବନି ବରଂ ଏହା ବିଲୟ ହୋଇ ଦେଶ ସ୍ୱାଧୀନ ପରର ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

4 × five =