ଋଷ୍‌କୁ ଆମେରିକାର ଚେତାବନୀ : ୟୁକ୍ରେନ ଦେହରେ ହାତ ମାରିଲେ ଛାରଖାର କରିଦେବୁ

0 99

ୱାଶିଂଟନ : ଅତୀତରେ ବହୁବାର ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଋଷ୍‌ । କିଏ କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ଏବେ ଏହି ଦୁଇ ଦେଶ ପୁଣି ମୁହାଁମୁହିଁ ହୋଇଛନ୍ତି । ଏଥର ୟୁକ୍ରେନକୁ ନେଇ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଧମକ ଦେଇ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କଲେ ଋଷ୍‌କୁ କଡ଼ା ଜବାବ ଦିଆଯିବ । ଋଷ୍‌ ଏଥିପାଇଁ ବହୁତ ବଡ଼ ବିପଦରେ ପଡ଼ିବ ବୋଲି ସେ କହିଛନ୍ତି । ଆମର ସାଥୀ ଏବଂ ସହଯୋଗୀ ଋଷ୍‌ ଏବଂ ଏହାର ଅର୍ଥ ବ୍ୟବସ୍ଥାକୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେବା ସହ ସେ କହିଛନ୍ତି ଯେ, ଯଦି ଋଷ୍‌ ୟୁକ୍ରେନ୍‌ର କିଛି କ୍ଷତି କରେ ତେବେ ଆମେ ଋଷ୍‌ ଉପରେ ଏମିତି ପ୍ରତିବନ୍ଧକ ଲଗାଇବୁ ଯାହାକି ଋଷ୍‌ କେବେ ଦେଖିନଥିବ । ହ୍ୱାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେସ୍‌ ସାକି ମଧ୍ୟ ଋଷ୍‌କୁ ଚେତାବନୀ ଦେଇ କହିଛନ୍ତି ଯେ, ଋଷ୍‌ ଯଦି ୟୁକ୍ରେନର ସୀମା ପାର କରେ ତେବେ ତାକୁ ଆମେରିକା ଏବଂ ଏହାର ସହଯୋଗୀଙ୍କ ଠାରୁ ଗମ୍ଭୀର ଏବଂ ଏକ୍‌ଜୁଟ୍‌ ପ୍ରତିକ୍ରିୟା ମିଳିବ । କୌଣସି ଜଣେ ମଧ୍ୟ ସୈନ୍ୟ ୟୁକ୍ରେନ୍‌ ଭିତରେ ପ୍ରବେଶ କଲେ ଆମେରିକା ଏହାର ଜବାବ ଦେବ ।

hiranchal ad1
Leave A Reply

Your email address will not be published.

ten + 11 =