ଅଙ୍କିତା ହତ୍ୟା ମାମଲା :
ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ହେବ ବିଚାର

0 54

ଡେରାଡୁନ୍‌: ଋଷିକେଶ ନିକଟସ୍ଥ ଏକ ରିସର୍ଟରେ ‘ରିସେପ୍‌ସନିଷ୍ଟ୍‌’ କାର୍ଯ୍ୟ କରୁଥିବା ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାର ବିଚାର ‘ଫାଷ୍ଟ୍‌-ଟ୍ରାକ୍‌ କୋର୍ଟ’ରେ କରାଯିବ । ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହା କହିଛନ୍ତି । ମୃତ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ରିସର୍ଟକୁ ଆସୁଥିବା ଅତିଥିମାନଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ମନା କରିବାରୁ ରିସର୍ଟର ମାଲିକ ବହିଷ୍କୃତ ‘ବିଜେପି’ ନେତା ବିନୋଦ ଆର୍ଯ୍ୟଙ୍କ ପୁତ୍ର ପୁଲକିତ ଆର୍ଯ୍ୟ ଏବଂ ତାଙ୍କର ଦୁଇଜଣ କର୍ମଚାରୀ ମିଶି ଅଙ୍କିତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେଉଛି । ଅଙ୍କିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ଶୁକ୍ରବାର ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମୃତ୍ୟୁର ୪ ଦିନ ପରେ ରିସର୍ଟ ନିକଟରେ ପ୍ରବାହିତ ଗୋଟାଏ କେନାଲ୍‌ରୁ ଅଙ୍କିତାଙ୍କ ଶବ ଉଦ୍ଧାର କରାଯାଇଥିଲା । ପାଣିରେ ବୁଡି ଯିବାରୁ ଅଙ୍କିତାଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଦେହ କ୍ଷତାକ୍ତ ହୋଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

19 + 20 =