ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0 239

ନୂଆଦିଲ୍ଲୀ,୨/୩: ୟୁକ୍ରେନରେ ପରିସ୍ଥିତି ବେଲକୁ ବେଳ ଆହୁରି ଭୟଙ୍କର ହେଉଛି । ଭାରତୀୟମାନଙ୍କ ଅବସ୍ଥା ଅତି ବିପଦପୂର୍ଣ୍ଣ ହୋଇ ଉଠିଲାଣି । ସେଠାରେ ଋଷ୍‌ ଯେକୌଣସି ସମୟରେ ପରମାଣୁ ବୋମା ପକାଇ ଦେଇପାରେ । ଗତକାଲି ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କର ବୋମାମାଡ଼ରେ ମୃତ୍ୟୁ ଘଟିଥିଲା । ଏହଶର ଚବିଶ ଘଣ୍ଟା ନ ପୂରୁଣୁ ଆଉ ଜଣେ ଭାରତୀୟ ଛାତ୍ରଙ୍କର ଆଜି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଛାତ୍ରଙ୍କର ଘର ପଞ୍ଜାବରେ । ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ ନାମକ ଛାତ୍ରଙ୍କର ଆଜି ମୃତ୍ୟୁ ଘଟିଛି । ହେଲେ ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି । ସେ ୟୁକ୍ରେନନର ଭିନିସ୍ତିଆ ଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକ ବାସିନ୍ଦା ନବୀନଙ୍କ ଖାରକିଭରେ ଗୁଳିମାଡରେ ମୃତ୍ୟୁ ଘଟିଥିଲା । ଚନ୍ଦନ ଭିନିସ୍ତିଆ ନ୍ୟାସନାଲ ପାଇରୋଗୋଭ, ମେମୋରିଆଲ ମେଡିକାଲ କଲେଜରେ ପଢୁଥିଲେ । ଚନ୍ଦନଙ୍କ ବାପା କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁଅର ମୃତଦେହ ଭାରତ ଆଣିବାକୁ ଦାବି କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ଣ୍ଣାଟକର ନବୀନଙ୍କ ମୃତଦେହ ତୁରନ୍ତ ଭାରତ ଅଣାଯିବା ନେଇ ପ୍ରୟାସ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

16 + eight =