ବିଶ୍ୱରେ ବଢୁଛି ଅଣୁ ଅସ୍ତ୍ରର ଚାହିଦା!

0 54

ନୂଆଦିଲ୍ଲୀ : ଋଷ୍‌-ୟୁକ୍ରେନ ଯୁଦ୍ଧ ଦେଢ ମାସ ଆଡ଼କୁ ଗତି କରୁଛି । ଋଷ୍‌ ଗୋଟିଏ ପରେ ଗୋଟିଏ ସହର ଉପରେ ଆକ୍ରମଣ କରିଚାଲିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜର ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡ଼ିଛନ୍ତି । ସେମାନେ ଅଧିକରୁ ଅଧିକ ଆଣବିକ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା କରୁଛନ୍ତି । ଫଳରେ ଆଗାମୀ ୧୦ ବର୍ଷରେ ବିଶ୍ୱର ଆଣବିକ କ୍ଷେପଣାସ୍ତ୍ର ଓ ବୋମା ବଜାର ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଚାଲିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଯୁଦ୍ଧ ରୋକିବାକୁ ଜାତିସଂଘର ଅପାରଗତାକୁ ମଧ୍ୟ ଏହା ପ୍ରମାଣିତ କରିଛି । ଏ ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ଦେଶ ନିଜର ସୁରକ୍ଷା ନେଇ ଚିନ୍ତିତ ହେବା ସହ ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ବିଶେଷକରି ଆଣବିକ ଶକ୍ତି ସଂପନ୍ନ କ୍ଷେପଣାସ୍ତ୍ର ଓ ବୋମାର ଚାହିଦା ବଢିଯାଇଛି । ୟୁକ୍ରେନ ପାଖରେ ଯଦି ଅଣୁ ଅସ୍ତ୍ର ଥାନ୍ତା, ତେବେ ରୁଷ ଆକ୍ରମଣ କରିବାକୁ ସାହସ କରିନଥାନ୍ତା ବୋଲି ମନେକରାଯାଉଛି । ଏହାକୁ ଦୃଷ୍ଟି ରଖି ଅଧିକରୁ ଅଧିକ ଦେଶ ଏବେ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

two × three =