ସ୍ଥଳସେନାର ଉପମୁଖ୍ୟ ହେଲେ ଓଡ଼ିଆ ପୁଅ ମନୋଜ ପାଣ୍ଡେ

0 83

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏକ ଖୁସିର ଖବର । ଦେଶର ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଜଣେ ଓଡ଼ିଆ ପୁଅ । ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପ-ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ସ୍ଥାନ ନେବେ । ଜେନେରାଲ ଚଣ୍ଡିପ୍ରସାଦଙ୍କ କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହେବ । ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ଉପ ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ଭାରତ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ପଠା ଯାଇଥିଲା । ଆଜି ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ବର୍ତ୍ତମାନ ଜେନେରାଲ ପାଣ୍ଡେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି । ସେ୧୯୮୨ ଡିସେମ୍ବରରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ । ଏହାପରେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଶ୍ରୀ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × four =