ମୁଁ ଦେଶରୁ ଟଙ୍କାଟିଏ ବି ଆଣିନି- ଅସରଫ ଘନୀ

0 121


କାବୁଲ:ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅସରଫ ଘନୀ । ୟୁଏଇରୁ ରହି ନିଜର ବୟାନ ଜାରି କରିଛନ୍ତି ଘନୀ । ଏକ ଭିଡିଓ ବାର୍ତ୍ତାରେ ତାଙ୍କ ବିରୋଧରେ ଉଠୁଥିବା ଅନେକ ଅଭିଯୋଗ ନେଇ ସେ ସଫେଇ ଦେଇଛନ୍ତି । କାହିଁକି ଘନୀ ଆଫଗାନରୁ ଲୁଚିକି ଆସଲେ ଏହି ପ୍ରଶ୍ନର ଉତ୍ତରରେ ଘନୀ କହିଛନ୍ତି କି ତାଲିବାନ କାବୁଲ କବଜ୍ଜା ପରେ ଯଦି ମୁଁ ସେଠାରେ ରହିଥାନ୍ତି ତାହାଲେ ନିଶ୍ଚିତ ଭାବରେ ରକ୍ତପାତ ହୋଇଥାନ୍ତା । ଦେଶକୁ ଅଘଟଣରୁ ବଞ୍ଚାଇବାକୁ ଯାଇ ମୁଁ ଦେଶ ଛାଡିଛି ବୋଲି କହିଛନ୍ତି ଅସରଫ ଘନୀ । ଶାନ୍ତି ଶୃଙ୍ଖଳା ସହ ମୁଁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି କିନ୍ତୁ ତାହା ସମ୍ଭବ ହେଲାନି । ଅନ୍ୟପଟେ ଟଙ୍କା ନେଇ ଆଫଗାନ ଛାଡ଼ିବା ଅଭିଯୋଗରେ ଘନୀ କହିଛନ୍ତି କି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଏ ଅଭିଯୋଗ ସବୁ ଭିତ୍ତିହୀନ । ମୁଁ ଦେଶରୁ ଟଙ୍କାଟିଏ ବି ଆଣିନାହିଁ । ସୁରକ୍ଷା ଦୃଷ୍ଟିରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ରହିଛି ବୋଲି କହିଛନ୍ତି ଅସରଫ ଘନୀ ।

hiranchal ad1
Leave A Reply

Your email address will not be published.

fourteen + 15 =