ଆସନ୍ତା ୨୭ରୁ ପୁଣି ଅନ୍ତର୍ଜାତୀୟ ବିମାନ ସେବା

0 76

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମଣ ଦୀର୍ଘ ଦୁଇ ବର୍ଷ ଧରି ଉଡ଼ାଣ ବନ୍ଦ ରହିଥିଲା । ଆଜି ଭାରତ ସରକାର ଏହା ଘୋଷଣା କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ସମଗ୍ର ବିଶ୍ୱରେ ଏବେ ଟିକାକରଣ ମାତ୍ରା ଯଥେଷ୍ଟ ଅଧିକ ରହିଛି । ଏହାକୁ ବିଚାର କରି ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଭାରତ ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୭ ତାରିଖରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଏହାପରେ ଭାରତ ବିଭିନ୍ନ ରାଷ୍ଟ୍ର ସହ କରିଥିବା ଏୟାର ବବଲ୍ସ ଚୁକ୍ତି ମଧ୍ୟ ରଦ୍ଦ ହୋଇଯିବ । କରୋନା ସଂକ୍ରମଣ ଯୋଗୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିଛି । କେବଳ ବାୟୋବବଲ୍ସ ଓ ସ୍ୱତନ୍ତ୍ର ରୁଟରେ ବିମାନ ଚଳାଚଳ କରୁଛି । କରୋନା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୩ରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା । ତେବେ ଏୟାର ବବଲ୍ସ ଚୁକ୍ତି ଅନୁସାରେ ଭାରତ ଓ ୪୦ଟି ଦେଶ ମଧ୍ୟରେ ବିମାନ ସେବା ଜାରି ରହିଥିଲା ।

hiranchal ad1
Leave A Reply

Your email address will not be published.

13 − eight =