ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବେ ଆୟେଶା ମଲିକ, ଜାଣନ୍ତୁ ତାଙ୍କ ବିଷୟରେ କିଛି..

0 146

କରାଚୀ : ପାକିସ୍ତାନର ନ୍ୟାୟିକ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଜଣେ ମହିଳା ପାକିସ୍ତାନର ସୁପ୍ରିମକୋର୍ଟରେ ବିଚାରପତି ହେବେ । ପାକିସ୍ତାନର ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଆୟେଶା ମଲିକଙ୍କ ନିଯୁକ୍ତି ପାଇଁ ରାସ୍ତା ସଫା ହୋଇଯାଇଛି । ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତ କରିବାକୁ ଉଚ୍ଚ ସ୍ତରୀୟ ଜୁଡିସିଆଲ କମିଟି ଅନୁମୋଦନ କରିଛି ।
ତାଙ୍କର ପରିଶ୍ରମ, ନିଷ୍ଠା ଏବଂ ସଚ୍ଚୋଟତା ଆଧାରରେ ଆୟେଶା ମଲିକ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବାକୁ ଯାଉଛନ୍ତି । ତାଙ୍କ ନାମ ଦେଶର ନ୍ୟାୟିକ ଆୟୋଗ ଦ୍ୱାରା ଅନୁମୋଦିତ ହୋଇଛି ଏବଂ ବର୍ତ୍ତମାନ ସଂସଦୀୟ କମିଟିର ଅନୁମୋଦନ ପାଇବା ପରେ ସେ ଏହି ମାନ୍ୟତା ହାସଲ କରିବେ । କମିଟିର ଅନୁମୋଦନ ପାଇବା ପରେ ଆୟେଶା ମଲିକ ପାକିସ୍ତାନରେ ଏଭଳି ମାନ୍ୟତା ହାସଲ କରିବେ, ଯାହା ସେଠାରେ ଥିବା ମହିଳାମାନଙ୍କ ପାଇଁ ଏକ ସ୍ୱପ୍ନଠାରୁ କମ୍‌ ନୁହେଁ ।
ଆୟେଶା ମଲିକ୍‌ କିଏ: ୩ ଜୁନ୍‌ ୧୯୬୬ ରେ ଜନ୍ମ ହୋଇଥିବା ଆୟେଶା ମଲିକ କରାଚି ଗ୍ରାମାର ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କରାଚୀ ସରକାରୀ ବାଣିଜ୍ୟ ଏବଂ ଅର୍ଥନୀତି କଲେଜରୁ ସ୍ନାତକ ହାସଲ କରିଥିଲେ । ଏହା ପରେ, ସେ ଆଇନ ଶିକ୍ଷା ପ୍ରତି ଆଗ୍ରହୀ ପ୍ରକାଶ କରିଥିଲେ । ଲାହୋର କଲେଜ ଅଫ୍‌ ଲ’ରୁ ଡିଗ୍ରୀ ହାସଲ କରିବା ପରେ ସେ ଆମେରିକାର ମାସାଚୁସେଟ୍ସର ହାର୍ଭାର୍ଡ ସ୍କୁଲ୍‌ ଅଫ୍‌ ଲ’ରୁ ଏଲ୍‌ଏଲଏମ୍‌(ମାଷ୍ଟର୍ସ ଅଫ୍‌ ଲ) ଅଧ୍ୟୟନ କରିଥିଲେ । ସେ ୧୯୯୮-୧୯୯୯ ମସିହାରେ “ଲଣ୍ଡନ ଏଚ୍‌ ଗାମନ୍‌ ଫେଲୋ’ ଭାବରେ ନିର୍ବାଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

20 + 19 =