ବାଙ୍ଗଲାଦେଶରେ ହେବ ପ୍ରଥମ ଡିଜିଟାଲ୍‌ ଜନଗଣନା

0 57

ଢାକା : ବାଙ୍ଗଲାଦେଶରେ ପ୍ରଥମ ଥର ପାଇଁ ହେବ ଡିଜିଟାଲ ଜନଗଣନା । ଆସନ୍ତା ଜୁନ ୧୫ରୁ ୨୧ ତାରିଖ ମଧ୍ୟରେ ଏହି ଜନଗଣନା ହେବ । ଏହା ବାଂଲାଦେଶର ଷଷ୍ଠ ଜନଗଣନା । ଏଥିରେ ୩ ଲକ୍ଷ ୭୦ ହଜାର ଜନଗଣନାକାରୀ,୬୪ ହଜାର ପର୍ଯ୍ୟବେକ୍ଷକ ଓ ୪ ହଜାର ୫୦୦ ଅଫିସର ଅଂଶ ଗ୍ରହଣ କରିବେ । ଇତି ମଧ୍ୟରେ ଜନଗଣନାକାରୀ ଅଫିସରମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ବାଂଲାଦେଶ ଅର୍ଥମନ୍ତ୍ରୀ ଏଏଚଏମ ମୁସ୍ତାଫା କମାଲ ଉଦ୍‌ଘାଟନ କରିଛନ୍ତି । ଷଷ୍ଠ ଜନଗଣନାକୁ ସଫଳ କରିବା ଲାଗି ସେ ଲୋକମାନଙ୍କୁ ସଠିକ୍‌ ତଥ୍ୟ ଦେବାକୁ ନିବେଦନ କରିଛନ୍ତି । ଏହି ଜନଗଣନାରେ ଭୌଗଳିକ ସୂଚନା ବ୍ୟବସ୍ଥା-ଜିଆଇଏସ ଜଡିତ ଡିଜିଟାଲ ମ୍ୟାପ ବ୍ୟବହାର କରାଯାଇ କମ୍ପ୍ୟୁଟର ଆସିଷ୍ଟେଡ଼ ପର୍ଶନଲ ଇଣ୍ଟରଭିଉଇଙ୍ଗ ମାଧ୍ୟମରେ ସମସ୍ତ ବାସଗୃହର ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ବାଂଲାଦେଶ ଏହି ଜନଗଣନାର ନାଁ ‘ପପୁଲେସନ ଆଣ୍ଡ ହାଉସିଂ ସେନସସ-୨୦୨୨’ ରଖାଯାଇଛି । ସେଠାରେ ଜୁନ ୧୫ରୁ ୨୧କୁ ଜନଗଣନା ସପ୍ତାହ ଭାବେ ପାଳନ କରାଯିବ । ଏହି ଡିଜିଟାଲ ଗଣନା ବେଳେ ଜୁନ ୧୪ ମଧ୍ୟରାତ୍ରିକୁ ଜନଗଣନା ସମୟ ଭାବେ ଗ୍ରହଣ କରାଯିବ ।Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

17 + six =