ପୁଅ ପଚାରିଲାନି : ମା’ ଭିକ ମାଗି ମାଗି ଆଖି ବୁଜିଲା,କିନ୍ତୁ ପଡେ଼ାଶୀ ପାଇଁ ଛାଡ଼ିଗଲା ଲକ୍ଷ ଲକ୍ଷ ଟଙ୍କା

0 160

କୋଲକାତା: ବେଳେବେଳେ ଘରଲୋକ ଅପେକ୍ଷା ବାହାର ଲୋକ ବହୁତ ସାହାଯ୍ୟରେ ଆସନ୍ତି । ବାପାମା’ଙ୍କୁ ପିଲାମାନେ ଛାଡ଼ିଦେଇ ପଳାନ୍ତି । କେବେ ବି ବୁଝିବାକୁ ଆସନ୍ତିନି,ସେମାନେ କେମିତି ଅଛନ୍ତି । ଏତେ ହତାଦାର ଓ ଉପେକ୍ଷା ସତ୍ତେ୍ୱ ପିଲାଙ୍କ ପ୍ରତି ମା’ର କରୁଣା ଓ ସ୍ନେହ ଉଣା ହୁଏନି । ମା’ ଗରିବ,ଭିକାରୁଣୀ ହୋଇଥାଉ କି ବଡ଼ ଲୋକ.ପିଲାଙ୍କ ପ୍ରତି ମନ ଭିତରେ କେଉଁଠି ନା କେଉଁଠି ଦରଦ ଥାଏ । କିନ୍ତୁ ମା’ର ସେହି ମହାନତାକୁ ପିଲାମାନେ ବୁଝି ନଥାନ୍ତି ଏବଂ ନିଜର ସ୍ୱାର୍ଥ ପାଇଁ ମା’କୁ ଛାଡ଼ିଦେଇ ଚାଲିଯାଆନ୍ତି । ପିଲାମାନେ ସିନା ଫୋପାଡ଼ିଦେଇ ପଳାନ୍ତି,କିନ୍ତୁ ବାହାର ଲୋକ ସେମାନଙ୍କର ମଣିଷପଣିଆ ଦେଖାଇ ଏଭଳି ଅସହାୟ,ଦୁଃଖୀଙ୍କ ସାହାରା ହୋଇଥାନ୍ତି । ପିଲାମାନେ କେବଳ ସେହି ସମୟରେ ଆସିଥାନ୍ତି,ଯେତେବେଳେ ସେମାନେ ଜାଣନ୍ତି ଯେ ତାଙ୍କ ମା’ ପ୍ରଚୁର ସଂପତ୍ତି ଛାଡ଼ି ପରଲୋକ ଗମନ କରିଛନ୍ତି । ସେଭଳି ଏକ ଘଟଣା ଘଟିଛି ପଶ୍ଚିମ ବଙ୍ଗର ଉତ୍ତର ଦିନାଜପୁରର ଇସ୍‌ଲାମପୁର ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ମହିଳା ଭିକାରି କନିକା ମହନ୍ତ ଚିରାଫଟା ପୋଷାକ ପିନ୍ଧି ଘର ଘର ବୁଲି ସେ ଭିକ ମାଗୁଥିଲେ । ଯାହା ବି କିଛି ମିଳୁଥିଲା ସେଥିରେ ହିଁ ନିଜ ପେଟ ଭରୁଥିଲେ । ନିଜ ଭଙ୍ଗା କୁଡ଼ିଆରେ ରହୁଥିବା ମହିଳାଙ୍କ ପୁଅ ତାଙ୍କୁ ଛାଡି ପଳାଇଯାଇଥିଲେ ବି ପଡୋଶୀ ତାଙ୍କୁ ପର କରିନଥିଲେ । ପୁଅ ସିନା ଭୁଲିଯାଇଥିଲା କିନ୍ତୁ ପଡୋଶୀ ତାଙ୍କର ଦେଖାଶୁଣା କରୁଥିଲେ । ଆଉ ମୃତ୍ୟୁ ପରେ ପଡୋଶୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଛାଡିଦେଇ ଚାଲିଯାଇଛନ୍ତିଏହି ମହିଳା ଭିକାରି । ମହିଳାଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଯେତେବେଳେ ସ୍ଥାନୀୟ ଲୋକ ଝୁମ୍ପୁଡ଼ିରେ ଥିବା ଏକ ଭଙ୍ଗା ବାକ୍ସକୁ ଖୋଲିଥିଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେଥିରେ ଥିଲା ବିପୁଳ ପରିମାଣର କଏନ । ତାଙ୍କର ଏକମାତ୍ର ପୁଅ ତାଙ୍କୁ ଛାଡି ଚାଲିଯିବା ପରେ ସେ ଭିକ ମାଗି ନିଜ ପେଟ ପୋଷୁଥିଲେ । କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଆଉ ତାଙ୍କ ପୁଅକୁ ଏବାବଦରେ ଖବର ଦିଆଯାଇଥିଲା । ତେବେ ପୁଅ ନ ଆସିବାରୁ ପଡୋଶୀମାନେ ମିଶି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ମହିଳାଙ୍କ ରୀତିନୀତି ସରିବା ପରେ ଯେତେବେଳେ ତାଙ୍କ ପଡେ଼ାଶୀମାନେ ମହିଳାଙ୍କ ଘରକୁ ଯାଇଥିଲେ, ସେଠାରେ ଏକ ଭଙ୍ଗା ବାକ୍ସ ମିଳିଥିଲା । ଏଥିରେ ଲକ୍ଷ ଲକ୍ଷ ଟଙ୍କା ଥିଲା । ଏହି ସୂଚନା ତାଙ୍କ ପୁଅ ବାବୁ ମହନ୍ତ ଜାଣିବା ପରେ ଆସି ଟଙ୍କା ନେବାକୁ ଜିଦ ଧରିଥିଲେ । ତେବେ ପଡୋଶୀ କହିଛନ୍ତି ଯେ ଏହି ଟଙ୍କାକୁ ବ୍ୟାଙ୍କରେ କନିକାଙ୍କ ନାମରେ ରଖାଯାଇ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯିବ । କୌଣସି ଉପାୟ ନପାଇ ପୁଅ ବାବୁ କାନମୁଣ୍ଡା ଆଉଁସି ଫେରିଯାଇଛି ।

hiranchal ad1
Leave A Reply

Your email address will not be published.

3 + ten =