ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

0 49

ନୂଆଦିଲ୍ଲୀ,୪/୪: ବିନୟ ମୋହନ କ୍ୱାତ୍ରା ଭାରତର ନୂଆ ବୈଦେଶିକ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହି ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଶ୍ରୀଙ୍ଗଲା ଏ-୨୦ ସମିଟର ସଂଯୋଜକ ଦାୟିତ୍ୱ ମିଳିପାରେ । ଆସନ୍ତା ୨୦୨୩ ନଭେମ୍ୱର ମାସରେ ନୂଆଦିଲ୍ଲୀରେ ଏ-୨୦ ସମିଟର ଆୟୋଜନ କରାଯିବ । ୧୯୮୮ ବ୍ୟାଚର ଆଇଏଫଏସ ଅଫିସର ବିନୟ ମୋହନ ପୂର୍ବରୁ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଭାବେ ନିଜର ସେବା ଯୋଗାଇ ସାରିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଆମେରିକା, ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ପରି ଡେସ୍କରେ କାର୍ଯ୍ୟ କରିସାରିଛନ୍ତି । ଫ୍ରାନ୍ସରେ ରାଷ୍ଟ୍ରଦୂତ ନିଯୁକ୍ତ ହେବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟରୁ କାମ କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ରହିଛି ।

hiranchal ad1
Leave A Reply

Your email address will not be published.

ten − seven =