କରୋନା ଯିବା ପରେ ଲାଗୁହେବ ସିଏଏ

0 72

କୋଲକାତା,୫/୫ : ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ)ଲାଗୁ ହେବନି ବୋଲି ଯେଉଁମାନେ ଭାବୁଛନ୍ତି,ତାହା ଭୁଲ । ଏଭଳି ଧାରଣାରେ ସେମାନେ ନ ରୁହନ୍ତୁ । ଏହା ନିଶ୍ଚୟ ଲାଗୁ ହେବ । ତେବେ ଏବେ ନୁହେଁ,ଦେଶରୁ କରୋନା ମହାମାରୀ ପୂରାପୂରି ଯିବାପରେ ଏହା ନିଶ୍ଚୟ ଲାଗୁ ହେବ । ଏହା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ମୁଖ୍ୟତଃ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ହିଁ ସେ ଏହା କହିଛନ୍ତି । ବର୍ତ୍ତମାନ ଶାହ ବେଙ୍ଗଲ ଗସ୍ତରେ ଅଛନ୍ତି । ସେ କହିଛନ୍ତି ଯେ ସିଏଏ କାର୍ଯ୍ୟକାରୀ ନହେବା ନେଇ ଟିଏମସି ଗୁଜବ ସୃଷ୍ଟି କରୁଛି । କିନ୍ତୁ ମୁଁ କହି ରଖୁଛି,କରୋନା ଯିବା ପରେ ଦେଶରେ ନିଶ୍ଚିତ ସିଏଏ ଲାଗୁ ହେବ । ସିଏଏ ହେଉଛି ବାସ୍ତବତା । ଏହାର ପରିବର୍ତ୍ତନ କରାଯାଇ ନାହିଁ । ସିଏଏକୁ କେହି ଅଟକାଇପାରିବେନ ବୋଲି ସେ କହିଛନ୍ତି । ୨୦୧୯ ଡିସେମ୍ବରରେ ସଂସଦରେ ସିଏଏ ପାରିତ ହୋଇଥିଲା । ଏହି ସଂଶୋଧିତ ଆଇନ ଅନୁଯାୟୀ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍‌ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍‌ ଅନୁଯାୟୀ ସେମାନଙ୍କୁ ଅବୈଧ ଭାବେ ବିବେଚନା କରାଯିବ । ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିଥିବା ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ହେଉଛି ପ୍ରଥମ ।

hiranchal ad1
Leave A Reply

Your email address will not be published.

three × 4 =