ଏନଜିଓକୁ ବିଦେଶୀ ଅନୁଦାନ : ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍‌

0 69

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଏନଜିଓଗୁଡିକୁ ବିଦେଶରୁ ମିଳୁଥିବା ଅନୁଦାନର ବିନିଯୋଗରେ ବ୍ୟାପକ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜି ସିବିଆଇ ୫ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଖୋଳତାଡ କରୁଛି । ଏଥିସହ ଦେଶର ୪୦ଟି ସ୍ଥାନରେ ସିବିଆଇ ପକ୍ଷରୁ ରେଡ୍‌ ମଧ୍ୟ କରାଯାଇଛି । ସରକାରୀ ଅଧିକାରୀମାନେ ଲାଞ୍ଚ ନେଇ ଏନଜିଓ ଗୁଡିକ ଉପରେ ବିଦେଶୀ ଅନୁଦାନ ପାଇଁ ଲାଗୁ ହେଉଥିବା ଆଇନରେ ବ୍ୟାପକ ଚଞ୍ଚକତା କରିଥିବା କୁହାଯାଉଛି । କିଛି ସରକାରୀ ଅଧିକାରୀ ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ପାଇଁ ଏନଜିଓ ସଂସ୍ଥାକୁ ଏଫସିଆରଏ ଅନୁମତି ଦେଇଥିବା ସିବିଆଇ ଜାଣିବାକୁ ପାଇଛି । ଖୋଦ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କିଛି ଅଧିକାରୀ ଏହି ଲାଞ୍ଚ କାରବାରରେ ସାମିଲ ରହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ, ଏନଜିଓର ପ୍ରତିନିଧି ଓ ମଧ୍ୟସ୍ଥିମାନଙ୍କ ମଧ୍ୟରେ ଲାଞ୍ଚ କାରବାର ଚାଲିଥିବା ବେଳେ ସିବିଆଇ ସେମାନଙ୍କୁ ଧରିଛି ।

hiranchal ad1
Leave A Reply

Your email address will not be published.

5 − 1 =