ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା

0 59

ନୂଆଦିଲ୍ଲୀ: ଯେଉଁ ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରହିଥିବେ ସେ ପର୍ଯ୍ୟନ୍ତ ବିପିନ୍‌ଙ୍କ ନାମ ଅମର ରହିଥିବ । ବିପିନ୍‌ ରାୱତ୍‌ ଅମର ରହେ ନାରା ସହ ୧୭ ତୋପ ସଲାମି ମଧ୍ୟରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫନ୍ସ ଷ୍ଟାଫ୍‌ ଜେନେରାଲ୍‌ ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ପଞ୍ଜଭୂତରେ ବିଲୀନ ହୋଇଛି ।
ଦିଲ୍ଲୀ କୈଣ୍ଟ ବରାର ସ୍କୋୟାରରେ ସିଡିଏସ ବିପିନ ରାୱତଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସଂସ୍କାର କରାଯାଇଥିଲା । ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯାଇଥିଲା ଏବଂ ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେଇଥିଲେ । ତାଙ୍କର ଦୁଇ ଝିଅ କ୍ରୁଟିକା ଓ ତାରିଣୀ ମୁଖାଗ୍ନୀ ଦେଇଥିଲେ । ଆଜି ସକାଳୁ ଅନେକ ବିଶିଷ୍ଟ ବ୍ୟକ୍ତି କାମରାଜସ୍ଥିତ ରାୱତ୍‌ଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି । ଜେନେରାଲ୍‌ ରାୱତ୍‌ ଏବଂ ମଧୁଲିକାଙ୍କର ଦୁଇ କନ୍ୟା କୃତ୍ତିକା ଏବଂ ତାରିଣୀ ମଧ୍ୟ ପିତାମାତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି । ତେଣେ, ବୁଧବାର ଦିନ ତାମିଲନାଡୁରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ସିଡିଏସ୍‌’ ଜେନେରାଲ୍‌ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ମୃତ୍ୟୁ ବିଷୟରେ ଗୁଜବ ନ କରିବାକୁ ଭାରତୀୟ ବାୟୁସେନା ନିବେଦନ କରିଛି ।
ଟୁଇଟ୍‌?କରି ବାୟୁସେନା ଲେଖିଛି, ଦୁଃଖଦ ହେଲିକପ୍ଟର୍‌ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବା ଲାଗି ଭାରତୀୟ ବାୟୁସେନା ତିନି-ସେବା ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଗଠନ କରିଛି । ତୁରନ୍ତ ଏହି ତଦନ୍ତ ଶେଷ ହେବ ଏବଂ କାରଣ ପ୍ରକାଶ କରାଯିବ । ସେ ପର୍ଯ୍ୟନ୍ତ, ମୃତବ୍ୟକ୍ତିମାନଙ୍କ ସମ୍ମାନାର୍ଥେ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନାକୁ ନେଇ ଗୁଜବରୁ ନିବୃତ୍ତ ରୁହନ୍ତୁ ।

hiranchal ad1
Leave A Reply

Your email address will not be published.

three × 5 =