କୋ-ୱିନ ଆପରେ ଆସିଲା ବଡ଼ ସୁବିଧା : ଏଣିକି ଗୋଟିଏ ମୋବାଇଲ ନମ୍ବରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ

0 85

ନୂଆଦିଲ୍ଲୀ : ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର କୋ-ୱିନ ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି । କୋ-ୱିନ ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ । ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ ହୋଇପାରୁଥିଲା । ସୂଚନାଯୋଗ୍ୟ, କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ୱରର ଆବଶ୍ୟକତା ହୋଇଥାଏ । ଏହି ମୋବାଇଲ ନମ୍ୱରକୁ ଓଟିପି ଆସିଥାଏ । ଏହି ଓଟିପି ପରେ ୟୁଜର୍ସ ଲଗ ଇନ କରିପାରୁ ଥିଲେ । କିନ୍ତୁ ଯେଉଁ ଲୋକଙ୍କ ଘରେ ଗୋଟିଏ କିମ୍ୱା ଦୁଇଟି ଫୋନ ଅଛି ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଲୋକଙ୍କ ଏହି ଆବଶ୍ୟକତାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦେଶରେ ଗତ ୨୪ ଘଣ୍ଟାରେ କରୋନା ଟିକାର ୭୦ ଲକ୍ଷରୁ ଅଧିକ ଡୋଜ ଲୋକଙ୍କୁ ଦିଆଯାଇଛି । ଏହାସହ ମୋଟ ଟିକାକରଣ ୧୬୦.୪୩ କୋଟିରୁ ଅଧିକ ହୋଇଛି ।

hiranchal ad1
Leave A Reply

Your email address will not be published.

twelve − 6 =