ଶୁକ୍ରବାର କଂଗ୍ରସର ଚିନ୍ତନ ଶିବିର : ଦଳକୁ ପୁଣି ଫେରିବ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ!

0 306

ନୂଆଦିଲ୍ଲୀ: ଦେଶରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ଅତି ଶୋଚନୀୟ । ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ଏବେ ରଜସ୍ଥାନରେ ଦଳର ସ୍ଥିତି ଗୁୁରୁତର ହୋଇପଡ଼ିଛି । ଏହାକୁ ସଜାଡ଼ି ଶକ୍ତିଶାଳୀ କରିବା ଲାଗି ଆସନ୍ତା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ହେବ ଚିନ୍ତନ ଶିବିର । ବିପର୍ଯ୍ୟୟରୁ ମୁକୁଳିବା ପାଇଁ ପୁଣିଥରେ କଂଗ୍ରେସକୁ ଫେରିବ ଗୋଟିଏ ପରିବାର,ଗୋଟିଏ ଟିକେଟ ଫର୍ମୁଲା । ଶୁକ୍ରବାରଠାରୁ ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର ଆରମ୍ଭ ହେବ । ଏଥିରେ ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଓ ବରିଷ୍ଠ ନେତାମାନେ ଯୋଗଦେବେ । ପ୍ରାୟ ୪୦୦ ଜଣ କଂଗ୍ରେସ ନେତା ୩ ଦିନିଆ ଚିନ୍ତନ ଶିବିରରେ ଯୋଗଦେଇ ନିଜ ନିଜର ମତ ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରିବେ । ଏହାପୂର୍ବରୁ ସୋମବାର ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ ବସିଥିଲା । ଏହି ବୈଠକରେ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ ସମ୍ପର୍କରେ ଆଲୋଚନା ହୋଇଛି । ଚିନ୍ତନ ଶିବିରରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

3 × 5 =